ଭୁବନେଶ୍ଵର: ଆସନ୍ତାକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ଯାହାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥ ଟଣା ହୋଇଥାଏ । କୋଟିଆରେ ରଥଯାତ୍ରାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରଥ ଟାଣିବେ ବୋଲି ସୂଚନା ମିଳିଛି । ପ୍ରଥମ ଥର କୋଟିଆ ରଥଯାତ୍ରାରେ ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରଥଯାତ୍ରାରେ ହେବା ପାଇଁ କୋଟିଆବାସୀଙ୍କ ଅନୁରୋଧ କରିଥିଲେ ।
କୋଟିଆ ବିବାଦ ପ୍ରସଙ୍ଗକୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଆନ୍ଧ୍ରପ୍ରଦେଶ କୋଟିଆ ନିଜ ଅକ୍ତିଆରକୁ ନେବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁକୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଇବା ସହ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିସାରିଥିଲେ । କୋଟିଆବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଟିଆଙ୍କ ପାଇଁ ଏକ ୧୬ ଜଣିଆ କମିଟି ଗଠନ କରାଯାଇଛି ।