ଭୁବନେଶ୍ୱର: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ଅଘଟଣ ଶୂନ୍ୟ ରଥଯାତ୍ରା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ କରାଯାଇଛି । ସକାଳ ୬ଟାରେ ମଙ୍ଗଳ ଆଳତୀ ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ୬ ଟା ୧୦ ରେ ମଇଲମ ଲାଗି ହେବ । ସେହିପରି ୬.୩୦ ରେ ତଡପ ଲାଗି, ରୋଷ ହୋମ, ୬.୩୦ ରେ ଅବକାଶ, ୭.୦୦ ରେ ସୂର୍ଯ୍ୟ ପୂଜା, ୭.୧୦ରେ , ଦ୍ବାରପାଳ ପୂଜା ଓ ବେଶ ଶେଷ ୭. ୩୦ରେ ହେବ । ସେହିପରି ୮ଟା ରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗଃ ଏବଂ ରଥ ପ୍ରତିଷ୍ଠା ହେବ । ୯.୧୫ ରେ ମଙ୍ଗଳାର୍ପଣ, ୯.୩୦ ପହଣ୍ଡି ଆରମ୍ଭ, ଦିନ ୧୨.୩୦ ରେ ପହଣ୍ଡି ଶେଷ, ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀଶ୍ରୀମଦନ ମୋହନ, ଶ୍ରୀଶ୍ରୀରାମ ଓ ଶ୍ରୀଶ୍ରୀକୃଷ୍ମ ବିଜେ ନିତି କରାଯିବ । ସେହିପରି ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ଓ ବେଶ ଶେଷ । ୨.୩୦ ରୁ ୩. ୩୦ ପର୍ଯ୍ୟନ୍ତ ଛେରାପହଁରା, ଚାରମାଳ ଫିଟା, ଘୋଡା ଓ ସାରଖୀ ଲାଗିବ । ଏହାପରେ ଦିନ ୪ଟାରୁ ରଥଟଣା ଆରମ୍ଭ ହେବ ।
ତେବେ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ୨୭୫ଟି ଇଓ କ୍ୟାମେରା ମୁତୟନ କରାଯିବ। ତ୍ରୁଟିଶୂନ୍ୟ ରଥଯାତ୍ରା ପରିଚାଳନା ପାଇଁ ଓଡ଼ିଶା ପୋଲିସ ଜାଗ୍ରତ ଅଛି । ୩୬ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । କୁଇକ ରିଆକ୍ସନ୍ ଟିମ୍ ଓ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ ମୁତୟନ ହେବେ । ସମୁଦ୍ର ଓ ଆକାଶ ମାର୍ଗରେ ସୁରକ୍ଷା ବ୍ୟବସ୍ଥା ରହିବ । ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହେବେ ବୋଲି ସୂଚନା ରହିଛି।