ଦାରିଙ୍ଗିବାଡ଼ି : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଦାରିଙ୍ଗିବାଡ଼ିର ଗାଜଲବାଡ଼ି ଘାଟି ରାସ୍ତା (NH-59) କୁ ସିଲ୍ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏହି କଟକଣା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ରହିଛି।
ଲଗାଣ ବର୍ଷା ଯୋଗୁଁ ୧୭ କିଲୋମିଟର ବିଶିଷ୍ଟ ଏହି ଘାଟି ରାସ୍ତାରେ ମାଟି ଅତଡ଼ା ଖସିବା, ପଥର ଗଡ଼ିବା ଏବଂ ଗାଡ଼ି ଚଳାଚଳ ବିପଦପୂର୍ଣ୍ଣ ହେବାର ଆଶଙ୍କା ରହିଛି। ଏହି ନିଷ୍ପତ୍ତି ଫଳରେ ଦାରିଙ୍ଗିବାଡ଼ିରୁ ବ୍ରହ୍ମପୁର ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଯାତ୍ରୀ ଓ ସାଧାରଣ ଜନତାଙ୍କୁ ସୁରକ୍ଷିତ ରହିବା ସହ ଯାତାୟାତ ପାଇଁ ଅନ୍ୟ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।