ଗଜପତି : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ସମେତ ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଆସନ୍ତା ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ବନ୍ଦ ଘୋଷଣା କରାଯାଇଛି ।
ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।
ଆସନ୍ତା ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ରଗିରି ପାହାଡ଼, ଗଣ୍ଡାହାତୀ ଜଳପ୍ରପାତ, ଖସଡ଼ା ଜଳପ୍ରପାତ ଏବଂ ଜିଲ୍ଲାର ଅନ୍ୟାନ୍ୟ ଜଳପ୍ରପାତ ଓ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିବ ।
ବାତ୍ୟା ଜନିତ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଆଶଙ୍କା ରହିଛି ତେଣୁ
ପର୍ଯ୍ୟଟକମାନଙ୍କୁ ବର୍ତ୍ତମାନ ଏହିସବୁ ସ୍ଥାନକୁ ଯାତ୍ରା ନକରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।