କେନ୍ଦୁଝର: ଭାଲୁ ଆକ୍ରମଣରେ ବୃଦ୍ଧଙ୍କର ଚାଲିଗଲା ଜୀବନ । ଜଙ୍ଗଲକୁ କାମରେ ଆସିଥିବା ବେଳେ ଏକାଥରେ ଆକ୍ରମଣ କଲେ ୩ଟି ଭାଲୁ । ଏଭଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ କୋଳିପଶି ଗାଁ ନିକଟରେ ।
ସୂଚନା ଅନୁସାରେ, ଗୁରୁବାର ଅର୍ଥାତ ଆଜି ସକାଳୁ କୋଳିପଶି ଗାଁର ନୁନୁ ନାଏକ ଛେଳି ପାଇଁ ଡାଳପତ୍ର ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଡାଳପତ୍ର ଆଣିବା ସମୟରେ ତାଙ୍କୁ ୩ଟି ଭାଲୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ତ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ଫଳରେ ଗ୍ରାମବାସୀ ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଆସିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।