ଭାରତୀୟ ରାଜସ୍ଵ ସେବା ର ବରିଷ୍ଠ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋମବାର ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପାଣିଗ୍ରାହୀ ଏବେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ଦାୟିତ୍ୱ ତୁଲାଇବେ । ୧୯୮୮ ମସିହାରୁ ଆଇଆରଏସର ସଦସ୍ୟ ଥିବା ମନୋରଞ୍ଜନ ପାଣିଗ୍ରାହୀ ପୂର୍ବରୁ ପଶ୍ଚିମବଙ୍ଗ ଓ ସିକ୍କିମରେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ କଟକରେ ଆୟକର ବିଭାଗର ପ୍ରମୁଖ କମିଶନର ଭାବେ କାର୍ୟ୍ୟ କରିବା ସହ ୫ ବର୍ଷ ଧରି ଓଡ଼ିଶା ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ ।
ଅଧିକ ପଢ଼ନ୍ତୁ : ରେଳ ଷ୍ଟେସନରୁ ୪୫ କିଗ୍ରା ଗଞ୍ଜେଇ ସହିତ ମହିଳା ଓ ଯୁବକ ଗିରଫ