ଟ୍ରେନ ଯୋଗେ ସହଜରେ ଗଞ୍ଜେଇ ଚୋରାଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଜିଆରପି ପୋଲିସ ପକ୍ଷରୁ ୨ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୪୫ କେଜି ଗଞ୍ଜେଇକୁ ଜବତ କରାଯିବା ସହ ୨ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି ।
ସୁଚନା ଅନୁସାରେ, ସମ୍ବଲପୁରରୁ ଟ୍ରେନ ଜରିଆରେ ରାଜ୍ୟ ବାହାରକୁ ଅବୈଧ୍ୟ ରୂପେ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜିଆରପି ଜଣେ ମହିଳା ଓ ଜଣେ ଯୁବକ କୁ ଗିରଫ କରିଛି। ଜିଆରପିର ସୂଚନାନୁଯାୟୀ, ସମ୍ବଲପୁର ରେଳ ଷ୍ଟେସନରେ ରାତ୍ରିରେ ପେଟ୍ରୋଲିଂ ସମୟରେ ପ୍ଲାଟଫର୍ମ ସଂଖ୍ୟା ୨ ଓ ୩ ର ଶେଷ ଭାଗରେ ବିହାର ରାଜ୍ୟର ନିବାସୀ ଜଣେ ମହିଳା ମନସା ଦେବୀ ଓ ଯୁବକ ଗୁଲାମ ଜିଲାନି ନାମକ ଯୁବକ ସନ୍ଦିଗ୍ଧ ଭାବରେ ୩ଟି ଜରିବସ୍ତା ବ୍ୟାଗ ସହିତ ଛିଡା ହୋଇଥିବାର ଦେଖିଥିଲା । ଉକ୍ତ ଜରିବସ୍ତା ବ୍ୟାଗ ଯାଞ୍ଚ କରାଯିବାରୁ ସେଥି ମଧ୍ୟରୁ ସମୁଦାୟ ୪୫ କିଗ୍ରା ଗଞ୍ଜେଇ ମିଳିଥିଲା । ପୋଲିସର ଜେରା ସମୟରେ ଉକ୍ତ ଗଞ୍ଜେଇ ଗୁଡିକୁ ବିହାର ରାଜ୍ୟକୁ ଚାଲାଣ କରୁଥିବାର କହିଛନ୍ତି ଅଭିଯୁକ୍ତ ମାନେ । ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
ତେବେ ସମ୍ବଲପୁର ଦେଇ ଦେଶକୁ ଯାଇଥିବା ଉଭୟ ସଡକ ଓ ରେଳ ପଥ ଜରିଆରେ ନିୟମିତ ଅବୈଧ୍ୟ ରୂପେ ଗଞ୍ଜେଇ ଚାଲାଣ ହେଉଥିବାର ଦେଖାଯାଉଥିବା ବେଳେ ଅନେକ ସମୟରେ ଚାଲାଣକାରୀ ମାନେ ଧରାପଡିବା ସହିତ ଗଞ୍ଜେଇ ଗୁଡିକ ମଧ୍ୟ ଜବତ ହେଉଛି ।
ଅଧିକ ପଢ଼ନ୍ତୁ : ପିଇଓଙ୍କୁ ତାଲା ଦେଇ ରଖିଲେ ୱାର୍ଡ ମେମ୍ବର