ଗଞ୍ଜାମ ଜିଲ୍ଲା ଖଲ୍ଳିକୋଟ NAC ସ୍ଥିତ ଅରବିନ୍ଦନଗର ଲେନ୍-୨ରେ ଥିବା ଏକ ଭଡ଼ା ଘରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୨ ରୁ ୩ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମ୍ପୃକ୍ତ ଘରର କାନ୍ଥ ଭାଙ୍ଗି ଯିବା ସହ ଲୁହା ଗେଟ୍ ଓ ଗ୍ରିଲ୍ ଉପୁଡ଼ି ଦୂରକୁ ଛିଟିକି ପଡ଼ିଛି। ବିସ୍ଫୋରଣରେ ଘର ଭିତରେ ଥିବା ୨ ରୁ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ ଖଲ୍ଳିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସିଲ୍ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଭଡ଼ା ଘର ଭିତରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।