କଟକ: ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୪ ତାରିଖ ବାଲିଯାତ୍ରାକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଏ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ଯାଏଁ ହେବ ବାଲିଯାତ୍ରା । ଏଥିପାଇଁ ପ୍ଲଟ୍ ଆବଣ୍ଟନ ଆରମ୍ଭ ହୋଇସାରିଛି । ଚଳିତ ବାଲିଯାତ୍ରାକୁ ପ୍ରଦୂଷଣ ମୁକ୍ତ ଏବଂ ପଲିଥିନ୍ ମୁକ୍ତ କରିବାକୁ ବିଶେଷ ଧ୍ୟାନ ଦିଆଯାଇଛି । ବାଲିଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ରହିଛି। ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ORMAS) ପକ୍ଷରୁ ୫୦୦ଟି ଷ୍ଟଲ୍ ଖୋଲାଯିବ। ଏହାଦ୍ୱାରା ସ୍ଥାନୀୟ କାରିଗର ଓ ଶିଳ୍ପୀମାନେ ନିଜର ପାରମ୍ପରିକ କଳାକୃତି ଓ ଉତ୍ପାଦକୁ ପ୍ରଦର୍ଶନ କରିବା ସହ ବିକ୍ରିର ସୁଯୋଗ ପାଇବେ।
ବାଲିଯାତ୍ରାକୁ ଅନ୍ତର୍ଜାତୀୟ ରୂପ ଦେବା ପାଇଁ ମଧ୍ୟ ଯୋଜନା ହୋଇଛି। ବାଲିରୁ ଏକ ପ୍ରତିନିଧି ଦଳ ଏହି ମହୋତ୍ସବକୁ ଆସିବାର ସମ୍ଭାବନା ରହିଛି। ପ୍ରାଚୀନ କଳିଙ୍ଗ ଓ ବାଲି ଦ୍ୱୀପ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ମଜଭୁତ କରିବ।କୁ ସୁଦୂର ବାଲିରୁ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।