ୱାର୍ଡ ମେମ୍ବର ମାନଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ରାତି ସାରା ତାଲା ମାରି ଅଟକ ରଖିଛନ୍ତି ୱାର୍ଡ ମେମ୍ବର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ । ମଥାନୀ ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳଙ୍କୁ ତାଲା ମାରି ଅଟକ ରଖିଛନ୍ତି, ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ସୂଚନା ଅନୁଯାୟୀ, ମଥାନୀ ପଞ୍ଚାୟତର ୱାର୍ଡ ମେମ୍ବର ଦୀର୍ଘ ୭ ମାସ ଧରି ଭତ୍ତା ଟଙ୍କା ନପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳ ଚଞ୍ଚକତା କରି ଟଙ୍କା ହଡପ କରିଥିବା ଅଭିଯୋଗ କରି ତୁରନ୍ତ ଭତ୍ତା ପ୍ରଦାନ ଦାବିରେ ଗତକାଲି ଠାରୁ ଭାଗବତଙ୍କୁ ପଞ୍ଚାୟତ କାର୍ଯ୍ଯାଳୟରେ ତାଲା ମାରି ଅଟକ ରଖିଛନ୍ତି।
ଅଧିକ ପଢନ୍ତୁ : ଚୌଦ୍ୱାର ବିଜେପିରୁ ଲଢ଼ିବେ ଶ୍ରୀଯୁକ୍ତ ନୟନ ମହାନ୍ତି