କଟକ: ଭୋରୁ ଭୋରୁ ନରସିଂହପୁର ଜିଲିଣ୍ଡା ନିକଟରେ ବଡ଼ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଏକ ଦୋକାନ ଭିତରକୁ ପଶିଗଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ବସ୍ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
‘ବାବା ଈଶାନେଶ୍ୱର’ ନାମକ ଘରୋଇ ବସ୍ଟି ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିଲା। ଜିଲିଣ୍ଡା ନିକଟରେ ହଠାତ୍ ବସ୍ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଚାଲିଯାଇଥିଲା। ପରେ ଏକ ଦୋକାନକୁ ଧକ୍କା ଦେଇ ଦୋକାନ ଭିତରେ ପଶିଯାଇଥିଲା।
ତେବେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନରେ ଥିବା ଲୋକ ଓ ବସ୍ର ଅନ୍ୟ ଯାତ୍ରୀ। ବସ୍ ଦୋକାନରେ ପିଟି ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଆହତ ଡ୍ରାଇଭର ଓ ଯାତ୍ରୀଙ୍କୁ ନରସିଂହପୁର ହସ୍ପିଟାଲକୁ ପଠାଇଥିଲେ। ବସ୍ କାହିଁକି ନିୟନ୍ତ୍ରଣ ହରାଇଲା, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ।