କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନସ୍ଥ ଅଣ୍ଢରା ଗ୍ରାମରେ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ତିନି ଦିନ ବ୍ୟାପୀ ଚାଲିଥିଲା । କଳସ ଯାତ୍ରା ଓ ହୋମଯଜ୍ଞ ଦ୍ୱାରା ବଜରଙ୍ଗବଲୀଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ପଣ୍ଡିତ ପ୍ରସନ୍ନ କୁମାର ନନ୍ଦ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ପ୍ରତିଷ୍ଠା ଉତ୍ସବ ସୂଚାରୁରୂପେ ସମ୍ପାଦିତ ହୋଇଛି । କଟକ ବାଙ୍କୀର କଥା ବାଚକ ଉର୍ମିଳା ଜେନା ପ୍ରବଚନରେ ଅଂଶ ଗ୍ରହଣ କରିଥିଲେ । ସମ୍ପୂର୍ଣ୍ଣ ଗାଁ ଉତ୍ସବ ମୁଖର ହୋଇ ଉଠିଥିଲା । ଗ୍ରାମର ଆନନ୍ଦ ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ମିଲିରାଣୀ ମଲ୍ଲିକ ମୁଖ୍ୟ କର୍ତ୍ତା ହୋଇଥିବାବେଳେ ସନାତନ ମଲ୍ଲିକ, ଅଶୋକ ମଲ୍ଲିକ, ରଞ୍ଜିତ ମଲ୍ଲିକ, ବିରଞ୍ଚି ମଲ୍ଲିକ, ସୁଶାନ୍ତ ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ, ବିଜୟ ମଲ୍ଲିକ, ବସନ୍ତ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ରଘୁନାଥ ମଲ୍ଲିକ, ଚିତ୍ତରଞ୍ଜନ ମଲ୍ଲିକ, ବିଦ୍ୟାଧର ନାୟକ, ଉଲ୍ଲାସ ମଲ୍ଲିକ ଏବଂ କଳ୍ପତରୁ ମଲ୍ଲିକ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଛନ୍ତି ।