ଆଜି ପୁରୀ ଜିଲ୍ଲା କାକଟପୁର ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା । ମା ମଙ୍ଗଳା ଧ୍ୱନିରେ କମ୍ପୁଛି କାକଟପୁର ମାଙ୍କ ପୀଠ । ଏହି ଅବସରରେ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ନିକଟରେ ପୂଜା କରୁଛନ୍ତି । ଏବଂ ରାଜରାଜେଶ୍ୱରୀ ବେଶରେ ମା ମଙ୍ଗଳାଙ୍କୁ ଦର୍ଶନ କରୁଛନ୍ତି । ପ୍ରତିବର୍ଷ ଚୈତ୍ରମାସର ପ୍ରଥମ ମଙ୍ଗଳବାର ଠାରୁ ମାଙ୍କ ପାଳି ଯାତ୍ରା ଆରମ୍ଭ ହୋଇ ବୈଶାଖ ମାସର ପ୍ରଥମ ମଙ୍ଗଳବାର ପର୍ଯ୍ୟନ୍ତ ପଂଚମ ପାଳିରେ ମାଙ୍କ ପାଳିଯାତ୍ରା ଶେଷ ହେବା ସହ ମାଙକ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଆଜି କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ , ୫୦ ଜଣ ହୋମଗାର୍ଡ ଓ ୧୬ ଜଣ ଅଫିସର ମୁତୟନ କରାଯାଇଛି । ଏହାସହ ପ୍ରବଳ ଖରା ପାଇଁ ନିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରେ ମେସିନ ଦ୍ୱାରା ପାଣି ପକାଇବା ସହ ପଣାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏବଂ ଭକ୍ତଙ୍କ ପାଇଁ ମନ୍ଦିର ଭିତରେ ତମ୍ବୁର ବ୍ୟବସ୍ଥା କରାଯାଇଛି ।