ଯାଜପୁର: ଥାନା ଭିତରେ ମାରପିଟ୍। ହାତାହାତି ହୋଇ ବଦଳିଲେ ଥାନା ଅଧିକାରୀ ଏବଂ ଏଏସ୍ଆଇ। ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଏଏସ୍ଆଇଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଯାଜପୁର ଏସ୍ପି ୟସପ୍ରିତ୍ ଶ୍ରୀମଲ। ଯାଜପୁର ଅଳକୁଣ୍ଡ ଥାନାରେ ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏସଆଇ। ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା।
ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ ASI ପ୍ରକାଶ କୁମାର ସିଂହଙ୍କୁ ଥାନା ଅଧିକାରୀ ଦେବାଶିଷ ଶତପଥୀ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଯାଜପୁର SDPO ପ୍ରଶାନ୍ତ କୁମାର ମାଝୀ ଅଳକୁଣ୍ଡ ଥାନାରେ ପହଁଚି ଥାନାର ସିସିଟିଭି ଚେକ କରିଥିଲେ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସପି। ଉଭୟ IIC ଓ ASIଙ୍କୁ ଯାଜପୁର ପାଣିକୋଇଲି ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରି ତଦନ୍ତ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତି: SI ପରୀକ୍ଷା ସ୍କାମ: ସିଲିକନ ଟେକ୍ ସହ ସମସ୍ତ ଚୁକ୍ତି ବାତିଲ କଲେ ରାଜ୍ୟ ସରକାର