ସୁନ୍ଦରଗଡ଼: ରାଉରକେଲାରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ବୁଧବାର ସକାଳେ ବାନୋ ଏବଂ କନରାୱା ରେଳ ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ପ୍ରାୟ ୧୦ଟି ବଗି ଟ୍ରାକରୁ ବାହାରି ଚାଲିଯାଇଥିଲା । ତେବେ ରାଉରକେଲା-ରାଞ୍ଚି ରେଳ ଲାଇନରେ ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗୋରଖପୁରରୁ ସମ୍ବଲପୁର ଅଭିମୁଖେ ଆସୁଥିବା ମୌର୍ଯ୍ୟ ଏକ୍ସପ୍ରେସକୁ କନରାୱା ଷ୍ଟେସନ ନିକଟରେ ଅଟକି ରହିଛି । ଖବରପାଇ ଘଟଣା ପରେ ହାଟିଆ ଏବଂ ବନ୍ଧମୁଣ୍ଡାରୁ ରେଳ କର୍ମଚାରୀ ପହଁଚି ବଗିଗୁଡ଼ିକୁ ଉଠାଇବାକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଞ୍ଚି ରେଳବାଇ ଡିଭିଜନର ବରିଷ୍ଠ ଅଧିକାରୀମାନେ ମଧ୍ୟ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବାବେଳେ ଲାଇନଚ୍ୟୁତ ହେବାର କାରଣ ଜଣାପଡ଼ିନାହିଁ ।