ମୁମ୍ବାଇ: ମଙ୍ଗଳବାର ମୁମ୍ବାଇର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ସ୍କୁଟରରେ ଦୁଇଜଣ ଟ୍ରାଫିକ୍ ପୋଲିସ ଯାଉଥିବା ବେଳେ ଜଣେ ଛାତ୍ର ସେମାନଙ୍କୁ ପିଛା କରିଥିଲା । ଛାତ୍ରଟିର ଅଭିଯୋଗ ହେଉଛି ଦୁଇ ଜଣ ଟ୍ରାଫିକ୍ ପୋଲିସ ନମ୍ବର ପ୍ଲେଟ ଲିଭିଯାଇଥିବା ଗୋଟିଏ ସ୍କୁଟିରେ ବିନା ହେଲମେଟର ଯାଉଛନ୍ତି । ଏହାପରେ କଲେଜ ଛାତ୍ର ଜଣକ ଗୋଡ଼ାଇ ଗୋଡ଼ାଇ ଦୁଇ ଅଧିକାରୀଙ୍କୁ ଧରିଥିଲେ ଓ ମୋବାଇଲରେ ଭିଡିଓ ସୁଟ୍ କରିଥିଲେ ।
ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ସ୍କୁଟିରେ ବସିଥିବା ଦୁଇ ଟ୍ରାଫିକ୍ ପୋଲିସ ଅଧିକାରୀ ଛାତ୍ର ଜଣଙ୍କର ୨ ହଜାର ଟଙ୍କାର ଚାଲଣ କାଟିଥିଲେ । ଭୁଲ ପାଇଁ ଛାତ୍ର ଜଣଙ୍କ ୨ ହଜାର ଟଙ୍କା ମଧ୍ୟ ଦେଇଥିଲେ । ତେବେ ଗତକାଲି ସେହି ଦୁଇ ଟ୍ରାଫିକ୍ ପୋଲିସ ଅଧିକାରୀଙ୍କୁ ଏଭଳି ଦେଖି ଛାତ୍ର ଜଣଙ୍କ ଭିଡିଓ ସୁଟ୍ କରିଥିବା ବେଳେ ବର୍ତ୍ତମାନ ଏହି ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି ।