Health: ଆଜିକାଲି ଦିନକୁ ଦିନ ବଢିବାରେ ଲାଗୁଛି ରୋଗ ଆଉ ସେହି ରୋଗର ମୂଳ କାରଣ ହେଉଛି ଆମ ଜୀବନଶୈଳୀ । ଜୀବନଶୈଳୀରେ ଅବହଳା ହେଲେ ଶରୀରରେ ଦେଖାଯାଉଛି ନା ନା ପ୍ରକାରର ରୋଗ । ଦିନକୁ ଦିନ ଷ୍ଟ୍ରୋକ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରକ୍ତଚାପ, ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ରୋଗୀ ଏବଂ ଧୂମପାନକାରୀଙ୍କ କ୍ଷେତ୍ରରେ ଏହି ରୋଗର ମାତ୍ରା ଅଧିକ ଦେଖାଯାଉଛି । ତେଣୁ ଏପରି ଏକ ସମସ୍ୟାକୁ ବିନାଶ କରିବା ଏବଂ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ(ଅକ୍ଟୋବର ୨୯)କୁ 'ବିଶ୍ୱ ଷ୍ଟ୍ରୋକ୍ ଡେ'(World Stroke Day) ଭାବେ ପାଳନ କରାଯାଉଛି।
ସୂଚନା ଅନୁସାରେ, ୨୯ ଅକ୍ଟୋବର ୨୦୦୪ରେ, କାନାଡାର ବେଂକ୍ୟୁବର ସହରରେ ୱାର୍ଲ୍ଡ ଷ୍ଟ୍ରୋକ କଂଗ୍ରେସରେ ବିଶ୍ୱ ଷ୍ଟ୍ରୋକ୍ ଡେ ପ୍ରତିଷ୍ଠା କରାଯାଇଥିଲା । ଯାହା ପରେ ୨୦୦୬ ମସିହାରେ ୱାର୍ଲ୍ଡ ଷ୍ଟ୍ରୋକ୍ ଫେଡେରେସନ୍ ଏବଂ ଅନ୍ତର୍ଜାତୀୟ ଷ୍ଟ୍ରୋକ୍ ସୋସାଇଟିର ମିଶ୍ରଣ ସହିତ ୱାର୍ଲ୍ଡ ଷ୍ଟ୍ରୋକ ସଂଗଠନ ଗଠନ କରାଯାଇଥିଲା । ଏହି ଅବସରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ ଷ୍ଟ୍ରୋକ ଦିବସ ପାଳନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଥିଲା । ଆନ୍ତର୍ଜାତୀୟ ସ୍ତରରେ ଏହି ବିଶେଷ ଦିନ ପାଳନ କରିବାକୁ କାନାଡାର ସ୍ନାୟୁବିଜ୍ଞାନୀ ଡ. ଭ୍ଲାଦିମିର୍ ହେଚିନ୍ସକି ଘୋଷଣା କରିଥିଲେ ।
୧୯୯୦ ମସିହାରେ ୟୁରୋପୀୟ ଷ୍ଟ୍ରୋକ୍ ଇନିସିଏଟିଭ୍ ଦ୍ୱାରା ବିଶ୍ୱ ଷ୍ଟ୍ରୋକ୍ ଦିବସ ପାଳନ କରିବାକୁ ଆହ୍ୱାନ କରାଯାଇଥିଲା, କିନ୍ତୁ ଆର୍ଥିକ ଅଭାବରୁ ଏହି ପ୍ରୟାସ କେବଳ ୟୁରୋପରେ ସୀମିତ ରହିଯାଇଥିଲା।
ତେବେ ଚଳିତ ବର୍ଷ ବିଶ୍ୱ ଷ୍ଟ୍ରୋକ ଦିବସ “Every Minute Counts,” ଥିମରେ ପାଳନ କରାଯାଉଛି। ଏହି ଥିମ୍ ବାଛିବାର ମୂଳ ଉଦ୍ଦେଶ୍ୟ ହେଉଛି ଗତ ବର୍ଷ ୨୦୨୧ ଅଭିଯାନର ଥିମ୍ “GreaterThanStroke Active Challenge”କୁ ପ୍ରେରଣା ଯୋଗାଇବା ।
ଅଧିକାଂଶ ଷ୍ଟ୍ରୋକ୍ ରୋଗୀ ୬୧ ବର୍ଷରୁ ଅଧିକ ବୟସର। ୨୦୨୧ରୁ ୨୦୨୪ର ତଥ୍ୟ ଅନୁଯାୟୀ, ଅଧିକାଂଶ ଷ୍ଟ୍ରୋକ୍ ରୋଗୀ ୬୧ ବର୍ଷରୁ ଅଧିକ ବୟସର। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ପ୍ରତିଶତ ୬୪% ଏବଂ ମହିଳାଙ୍କ ପ୍ରତିଶତ ୩୬%। ଷ୍ଟ୍ରୋକର କାରଣ ହେଉଛି ଧୂମପାନ, ମଦ୍ୟପାନ, ଉଚ୍ଚ ରକ୍ତଚାପ ଏବଂ ଚର୍ବି ବୃଦ୍ଧି। ଷ୍ଟ୍ରୋକ ହେଲେ ଯଦି ପ୍ରାଥମିକ ଚିକିତ୍ସା ସମୟ ମଧ୍ୟରେ ଦିଆଯାଏ, ତେବେ ଶିରା ଅବରୋଧ କିମ୍ବା ଶିରା ଫାଟିଯିବା କ୍ଷେତ୍ରରେ ମଧ୍ୟ ଚିକିତ୍ସା କରାଯାଇପାରିବ। ଷ୍ଟ୍ରୋକ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ସାରା ରାଜ୍ୟରେ HP ଟେଲିଷ୍ଟ୍ରୋକ ଅଭିଯାନ ଆରମ୍ଭ କରାଯାଇଛି।
ପକ୍ଷାଘାତ କିମ୍ବା ଷ୍ଟ୍ରୋକର ପ୍ରାରମ୍ଭିକ ଲକ୍ଷଣ
- କହିବା କିମ୍ବା ବୁଝିବାରେ ଅସୁବିଧା
- ମଥାବ୍ୟଥା, ମୂର୍ଚ୍ଛା ହେବା କିମ୍ବା ବାନ୍ତି
- ଗୋଟିଏ ଗୋଡ କିମ୍ବା ହାତରେ ଝିମ୍କିବା କିମ୍ବା ଦୁର୍ବଳତା
- ଗୋଟିଏ କିମ୍ବା ଉଭୟ ଆଖିରେ ଝାପ୍ସା ଦେଖାଯିବା
- ଚାଲିବାରେ ଅସୁବିଧା କିମ୍ବା ମୁଣ୍ଡ ବୁଲାଇବା
- ଏହି ଅସୁବିଧା ହେଲେ ଡାକ୍ତରଙ୍କ ପରାମର୍ଶ ନେବା
ଶୀତଦିନେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ
ଶୀତଦିନେ ଏପରି ରୋଗୀଙ୍କୁ ବିଶେଷ ଯତ୍ନ ନେବା ଆବଶ୍ୟକ। ଗରମ ପୋଷାକ ପିନ୍ଧି ଶରୀରକୁ ଉଷ୍ମ ରଖନ୍ତୁ, ପ୍ରଚୁର ଉଷୁମ ପାଣି ପିଅନ୍ତୁ, ବିଛଣାରୁ ସିଧା ଉଠି ବୁଲିବାକୁ ଯାଆନ୍ତୁ ନାହିଁ, ଡାକ୍ତରଙ୍କ ପରାମର୍ଶ ବିନା ବ୍ୟାୟାମ କରନ୍ତୁ ନାହିଁ, ନିୟମିତ ଔଷଧ ଖାଆନ୍ତୁ, ଚାପରୁ ବଞ୍ଚନ୍ତୁ, ଧୂମପାନ ଏବଂ ମଦ୍ୟପାନ କରନ୍ତୁ ନାହିଁ, ଅତ୍ୟଧିକ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ।