ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଜାରି ବାଣିଜ୍ୟିକ ଉତ୍ତେଜନା ଶୀଘ୍ର ଶେଷ ହୋଇପାରେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସେ ଭାରତ ସହ ଟ୍ରେଡ ଡିଲ୍ ବା ବାଣିଜ୍ୟିକ ଚୁକ୍ତି କରିବାକୁ ଯାଉଛନ୍ତି । ଏହା ପୂର୍ବରୁ କୁହାଯାଉଥିଲା ଯେ, ଆମେରିକା ଟାରିଫ କମାଇ ୧୬ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଥିଲା । େତେବେ ଏହାକୁ ନେଇ ଭାରତ କିମ୍ବା ଆମେରିକା ପକ୍ଷରୁ କୌଣସି ସରକାରୀ ସୂଚନା ଦିଆଯାଇ ନ ଥିଲା ।
ଦକ୍ଷିଣ କୋରିଆ ପହଞ୍ଚିଥିବା ଟ୍ରମ୍ପ ବୁଧବାର କହିଛନ୍ତି, ଯଦି ଆପଣ ଭାରତ ଓ ପାକିସ୍ତାନକୁ ଦେଖିବେ ତେବେ ମୁଁ ଭାରତ ସହ ଡିଲ୍ କରିବାକୁ ଯାଉଛି । ମୋ ମନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବହୁତ ଭଲ ପାଇବା ଏବଂ ସମ୍ମାନ ରହିଛି । ଆମର ସଂପର୍କ ବହୁତ ମଜବୁତ । ଟ୍ରମ୍ପଙ୍କ ଏହି ବୟାନରେ ସଙ୍କେତ ମିଳିଛି ଯେ, ଶୀଘ୍ର ଦୁଇ ଦେଶ ମଧ୍ୟରେ ଜାରି ବାଣିଜ୍ୟିକ ଉତ୍ତେଜନା କମିପାରେ । ଆମେରିକା ରୁଷ ତେଲ କ୍ରୟ ନେଇ ଭାରତକୁ ବାରମ୍ବାର ଟାର୍ଗେଟ୍ କରି ଆସିଥିଲା ।
ଗତ ସପ୍ତାହରେ ଖବର ଆସିଥିଲା ଯେ, ଭାରତ ଓ ଆମେରିକା ମଧ୍ୟରେ ତିନିରୁ ଦୁଇ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି । ଖବର ଏହା ମଧ୍ୟ ଥିଲା ଯେ, ଭାରତ ଆମେରିକାକୁ ଭାରତୀୟ କୃଷି ବଜାରରେ ପ୍ରବେଶ ଅନୁମତି ଦେଇ ନ ଥିଲା । ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଆଲୋଚନା ବନ୍ଦ ହୋଇ ଯାଇଥିଲା । କୁହାଯାଉଛି ରୁଷ ତେଲ କ୍ରୟରେ ହ୍ରାସ ପାଇଁ ଭାରତର ସହମତି ପରେ ଆମେରିକା ଟାରିଫ ୧୬ ପ୍ରତିଶତ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଖାସ କଥା ଏହି ଅଟକଳ ପିଏମ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ପରେ ଆରମ୍ଭ ହୋଇଥିଲା ।
Also read: ରାଫେଲ୍ରେ ଐତିହାସିକ ଉଡାଣ କଲେ ରାଷ୍ଟ୍ରପତି; ଅପରେସନ ସିନ୍ଦୂରରେ ପାକିସ୍ତାନକୁ ଧୂଳି ଚଟେଇଥିଲା ବାୟୁସେନାର ଏହି ଯୁଦ୍ଧ ବିମାନ