କାନବେରା: ଦିନିକିଆ ସିରିଜ୍ ପରେ ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେଉଛି । କାନବେରାରେ ମାନୁକା ଓଭାଲରେ ଖେଳା ଯାଉଛି ପ୍ରଥମ ଟି-୨୦ । ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ପ୍ରଥମେ ବ୍ୟାଟିଂ କରିବ ଭାରତ । ଏସିଆ କପ୍ ବିଜୟ ପରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଏହି ସିରିଜ୍ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ଭାରତର ଚୂଡାନ୍ତ ଏକାଦଶରେ ଅର୍ଶଦୀପ ସିଂଙ୍କୁ ବାଦ୍ ଦିଆଯାଇ ଅଧିନାକ ଓ କୋଚ୍ ହର୍ଷିତ ରାଣାଙ୍କୁ ଗୁରୁତ୍ୱ ଦେଇଛନ୍ତି ।
ଭାରତୀୟ ଦଳ
ଶୁଭମନ ଗିଲ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ ଦଳ
ମିଚେଲ୍ ମାର୍ଶ(ଅଧିନାୟକ), ଟ୍ରେଭିସ ହେଡ, ଜୋଶ ଇଂଲିଶ(ୱିକେଟ କିପର), ଟିମ୍ ଡେଭିଡ, ମିଚେଲ ଓେଓନ, ମାର୍କସ ଷ୍ଟୋଇନିସ, ଜୋଶ ଫିଲିପ, ଜାଭିଏର ବାର୍ଟଲେଟ, ନାଥନ ଏଲିସ, ମାଥ୍ୟୁ କୁହନେମାନ, ଜୋଶ ହେଜେଲଉଡ ।