ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ଶଶି ଥରୁର । ସେ କହିଛନ୍ତି, ଘରୋଇ କ୍ରିକେଟରେ ନିରନ୍ତର ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଚୟନକର୍ତ୍ତା ଅଣଦେଖା କରୁଛନ୍ତି । ସେ ସରଫରାଜ ଖାନଙ୍କ ଉଦାହରଣ ଦେଇ କହିଛନ୍ତି, ଏତେ ଦମଦାର ପ୍ରଦର୍ଶନ ପରେ ବି ଚୟନକର୍ତ୍ତାଙ୍କ ନଜରରେ ସ୍ଥାନ ମିଳୁନି । ଏହା ଏକ ପ୍ରକାରର ଅନ୍ୟାୟ ।
ଥରୁର ଏକ୍ସରେ ଲେଖିଛନ୍ତି, ଏହା ବାସ୍ତବରେ ଚିନ୍ତାର ବିଷୟ । ସରଫରାଜଙ୍କ ପ୍ରଥମ ଶ୍ରେଣୀ କ୍ରିକେଟରେ ହାର ହେଉଛି ୬୫ । ସେ ଟେଷ୍ଟ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କଲେ । ଗୋଟିଏ ଟେଷ୍ଟରେ ୧୫୦ ରନ କରିଥିଲେ ହେଁ ଭାରତ ମ୍ୟାଚ୍ ହାରିଥିଲା । ଇଂଲଣ୍ଡ ଗସ୍ତରେ ଏକମାତ୍ର ଅଭ୍ୟାସ ମ୍ୟାଚରେ ୯୨ ରନ କଲେ । ପୁଣି ଭାରତୀୟ ଟେଷ୍ଟ ଦଳର ଅଭ୍ୟାସ ମ୍ୟାଚରେ ଶତକ ଅର୍ଜନ କଲେ । ତଥାପି ସେ ଚୟନକର୍ତ୍ତାଙ୍କ ଯୋଜନାର ବାହାରେ ଅଛନ୍ତି ।
ଥରୁର ଏହା ମଧ୍ୟ କହିଛନ୍ତି, ତାଙ୍କୁ ଆଜିଙ୍କ୍ୟ ରାହାଣେ, ପୃଥ୍ୱୀ ଶ ଓ କରୁଣ ନାୟରଙ୍କ ପରି ଖେଳାଳିଙ୍କୁ ରଣଜୀ ଟ୍ରଫିରେ ରନ କରୁଥିବା ଦେଖି ଖୁସି ଲାଗୁଛି । ସେ ଚୟନକର୍ତ୍ତାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଆମର ଚୟନକର୍ତ୍ତା ବହୁତ ଶୀଘ୍ର ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଅଣଦେଖା କରି ଏକ ଖରାପ ପରମ୍ପରା ସୃଷ୍ଟି କରୁଛନ୍ତି । ସରଫରାଜଙ୍କ ପରି ଖେଳାଳି ନିଜକୁ ବାରମ୍ବାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କୁ ଉଚିତ୍ ସମ୍ମାନ ମିଳିବା ଉଚିତ୍ । ଘରୋଇ କ୍ରିକେଟରେ ଯେଉଁ ଖେଳାଳି ରନ କରୁଛନ୍ତି ସେମାନଙ୍କର ସମ୍ମାନ ହେବା ଉଚିତ୍ । କେବଳ ଆଇପିଏଲ ପ୍ରଦର୍ଶନକକୁ ମାପଦଣ୍ଡ କରା ନ ଯାଉ । ଯଦି ଏମିତି ହେବ ତେବେ ରଣଜୀ ମ୍ୟାଚର ଅର୍ଥ କଣ?
ଥରୁରଙ୍କ ଏହି ବୟାନ ଏମିତି ସମୟରେ ଆସିଛି, ଯେବେ ଭାରତୀୟ ଦଳର ଚୟନକୁ ନେଇ ସୋସିଆଲ ମିଡିଆରେ ବିତର୍କର ବିତର୍କ ଜାରି ରହିଛି । ମହମ୍ମଦ ଶାମି ମଧ୍ୟ ନିକଟରେ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି । ଏହା ସହ ରଣଜୀରେ ନିଜର ପ୍ରଦର୍ଶନ ଦମରେ ଅଗରକରଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଗମ୍ଭୀରଙ୍କୁ ମଧ୍ୟ ନିକଟରେ ସମାଲୋଚନାର ଶିକାର ହେବାକୁ ପଡିଛି । କାରଣ ହର୍ଷିତ ରାଣାଙ୍କୁ ସବୁ ଫର୍ମାଟରେ ସୁଯୋଗ ମିଳୁଛି । କିନ୍ତୁ ଅନ୍ୟ ଯୋଗ୍ୟ ଖେଳାଳିଙ୍କୁ ବାରମ୍ବାର ଦଳରେ ଅଣଦେଖା କରାଯାଉଛି ।
Also read: ‘ବିସିସିଆଇ’ର ଖୁଲାସା: ଶ୍ରେୟସ ଆୟରଙ୍କ ଅସ୍ତ୍ରୋପଚାର ହୋଇନି