ଗଞ୍ଜାମ : ସୋସିଆଲ ମିଡିଆରେ ଦୁଃଖବ୍ୟକ୍ତ କଲେ ଦିବଗଂତ ଆଇନଜିବୀ ପୀତବାସ ପଣ୍ଡାଙ୍କ ପୁଅ ସୌରଭ ପଣ୍ଡା। ପିତାଙ୍କ ହତ୍ଯାକାରୀ ସପକ୍ଷରେ ୪୪ ଓକିଲଙ୍କ ଲଢିବା ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟରେ ସୌରଭ ୪୪ ଓକିଲ ଅଭିଯୁକ୍ତଙ୍କ ପାଇଁ ଲଢ଼ିବା ପିଟିସନଙ୍କୁ ନେଇ ଦୁଃଖିତ ବୋଲି ଲେଖିଲେ । ମୋ ବାପାଙ୍କ ସାରା ଜୀବନ ବାର୍ କାଉନସିଲ୍ରେ ବିତିଛି। ତଥାପି ୪୪ ଓକିଲ ବାପାଙ୍କ ହତ୍ୟାକାରୀଙ୍କ ପାଇଁ ଲଢ଼ିବାକୁ ବାହାରିଛନ୍ତି। ଆମ ପରିବାରକୁ ନ୍ୟାୟ ବଦଳରେ ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଦୟାକରି ଆମକୁ ନ୍ୟାୟ ଦିଅନ୍ତୁ, ମୋ ବାପାଙ୍କ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ ବୋଲି ସୌରଭ ଲେଖିଛନ୍ତି।
ସୂଚନା ଥାଉକି ଆଇନଜୀବୀ ତଥା ବିଜେପି ନେତା ପୀତବାସ ହତ୍ୟା ମାମଲାରେ ଗିରଫ ବିକ୍ରମ କୁମାର ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ୱକାଲତନାମା ଦାଖଲ କରିଛନ୍ତି ଓକିଲ ସଂଘର ୪୪ ଜଣ ଆଇନଜୀବୀ । ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାରେ ପୋଲିସ ବ୍ରହ୍ମପୁରର ପୂର୍ବତନ ବିଧାୟକ , କର୍ପୋରେଟର ଓ ବିଜେଡି ନେତାଙ୍କ ସମେତ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଛି ।