ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, 'ବାତ୍ୟାରେ ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ସହ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ଫସଲ କ୍ଷୟକ୍ଷତି ନେଇ ଆସନ୍ତାକାଲିଠାରୁ ଜିଲ୍ଲାପାଳ ରିପୋର୍ଟ ସଂଗ୍ରହ କରିବେ। ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲାପ୍ରଶାସନ। ସେହିପରି ଯେଉଁମାନଙ୍କ ଘର ବାତ୍ୟା ପ୍ରଭାବରେ ଭାଙ୍ଗିଥିବା, ତାହାର ସର୍ଭେ କରାଯାଇ ତୁରନ୍ତ କ୍ଷତିପୂରଣ ଦିଆଯିବ'।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଦେଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏଥିପାଇଁ ସବୁ ବିଭାଗ ମୁକାବିଲା ନେଇ ସଜାଗ ରହିଥିଲା। ଭୂସ୍ଖଳନରୁ କେହି କ୍ଷତିଗ୍ରସ୍ତ ନ ହୁଅନ୍ତୁ ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା। ୧୯ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ୨ ହଜାରରୁ ଅଧିକ ଗର୍ଭବତୀଙ୍କୁ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଖୁବ୍ କମ ସମୟ ମଧ୍ୟରେ ରାସ୍ତା ଅବରୋଧ ହଟାଯାଇଥିଲା ବୋଲି ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ‘ମୋନ୍ଥା’ ସମୀକ୍ଷା, ଯେତିକି ପ୍ରଭାବିତ ହେବା ଆଶଙ୍କା ଥିଲା ସେତିକି ହୋଇନାହିଁ