ଗଞ୍ଜାମ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ପୁଣି ଜଣକୁ ଗିରଫ କରିଛି। ସାର୍ପ ସୁଟର୍କୁ ଘରେ ଆଶ୍ରୟ ଦେଇଥିବା ଶୂନ୍ୟଚନ୍ଦ୍ର ଦାସ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଏଥିପୂର୍ବରୁ ଏହି ମାମଲାରେ ପୁଲିସ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ଶୂନ୍ୟଚନ୍ଦ୍ରଙ୍କ ଗିରଫ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି।
ସୂଚନା ଥାଉକି ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିହାରୀ ଅପରାଧୀଙ୍କୁ ଅଣାଯାଇ ଅଳକାପୁରୀ ଅଞ୍ଚଳରେ ଥିବା ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ରଖାଯାଇଥିଲା। ପୁଲିସ ପୂର୍ବରୁ ଶୂନ୍ୟଚନ୍ଦ୍ରଙ୍କୁ ପଚରାଉଚରା ବେଳେ ଅପରାଧୀଙ୍କ ସଂପର୍କରେ ସେ ଜାଣିନଥିବା କହିଥିଲେ। ତଦନ୍ତ ବେଳେ ଶୂନ୍ୟଚନ୍ଦ୍ର ଅପରାଧୀଙ୍କ ସଂପର୍କରେ ଜାଣିଥିବା ଏବଂ ୪ ଜଣଙ୍କୁ ଆଶ୍ରୟ ପାଇଁ ଘର ଦେଇଥିବା ଯୋଗୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ କହିଛନ୍ତି।