ଭଦ୍ରକ: ପୁଅର ମୃତ୍ୟୁ ପରେ ଚିକିତ୍ସାଧୀନ ମାଆର ମୃତ୍ୟୁ ଘଟିବା ସମ୍ବଲପୁର ଘଟଣା ମନର ନ ଲିଭୁଣୁ ଆଉ ଏକ ଦୁଃଖଦ ଓ ମର୍ମାହତ ଘଟଣା ଦେଖିବାକୁ ମିଳିଛି। ପୁଅର ମୃତ୍ୟୁ ଖବର ଶୁଣି ମାଆର ଆତ୍ମହତ୍ୟା କରିଥିବାବ ବେଳେ ଭଉଣୀ ମଧ୍ୟ ଗୁରୁତର । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ସ୍ଥିତ କୋରକୋଦା ଗାଁରେ ।
ସୂଚନା ଅନୁଯାୟୀ, କୋରକୋଦା ଗାଁର ସତ୍ୟରଞ୍ଜନ ତ୍ରିପାଠୀ ଦୀର୍ଘ ଦିନ ହେବ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ । କିଡନୀ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକତା ଥିବାରୁ ମାଆ ମୀରା ତ୍ରିପାଠୀ ତାଙ୍କୁ କିଡନୀ ଦେଇଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ବି ସତ୍ୟରଞ୍ଜନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହି ଖବର ପାଇବା ପରେ ଘରେ ମାଆ ମୀରା ତ୍ରିପାଠୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘର ଭିତରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଅନ୍ୟପଟେ ଭାଇର ମୃତ୍ୟୁ ଖବର ପାଇବା ପରେ ଭଉଣୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ଧାମନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
Also read: ମୁଖ୍ୟମନ୍ତ୍ରୀଙ୍କ ‘ମୋନ୍ଥା’ ସମୀକ୍ଷା, ଯେତିକି ପ୍ରଭାବିତ ହେବା ଆଶଙ୍କା ଥିଲା ସେତିକି ହୋଇନାହିଁ