ଭୁବନେଶ୍ଵର: ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା ବୈଠକ। ‘ମୋନ୍ଥା’ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରେସମିଟରେ କହିଛନ୍ତି, ଯେତିକି ପ୍ରଭାବିତ ହେବା ଆଶଙ୍କା ଥିଲା ସେତିକି ହୋଇନାହିଁ। ବଡ଼ ଧରଣର କୌଣସି ଅଘଟଣ ବା କ୍ଷୟକ୍ଷତି ଘଟିନାହିଁ।୮ ଟି ଜିଲ୍ଲାର ଜିଲ୍ଲାପାଳ ଓ RDCଙ୍କ ଆଲୋଚନା ହୋଇଛି। 'ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଲକାନଗିରି, ଗଜପତିରେ କିଛି ଜାଗାରେ ପଥର, ଗଛ ପଡ଼ିଛି। କୌଣସି ସ୍ଥାନରୁ ବଡ଼ ଧରଣର କୌଣସି ଅଘଟଣ ବା କ୍ଷୟକ୍ଷତି ଘଟିନାହିଁ କି ଖବର ଆସିନି। ବିଭାଗୀୟ ପ୍ରସ୍ତୁତି ଓ ସ୍ଥାନାନ୍ତରଣ ଠିକ୍ ସମୟରେ ହୋଇଛି। ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ।
ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି, ବର୍ତ୍ତମାନ ସୁଦ୍ଧା ୧୭ ହଜାର ୮୧୭ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି | ଆବଶ୍ୟକ ପଡିଲେ ଅଧିକ ସ୍ଥାନାନ୍ତର କରାଯିବ | ୨୧୯୮ ଜଣ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଇଛି, ଆଉ ୬୧୫ ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି | ସମସ୍ତ ବିଭାଗଗୁଡିକୁ କ୍ଷୟକ୍ଷତି ଆକଳନ ପାଇଁ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି |
ସୂଚନାଯୋଗ୍ୟ, ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ମୋନ୍ଥା । ଆନ୍ଧ୍ର ପ୍ରଦେଶର କାକିନାଡାର ଦକ୍ଷିଣରେ ନରସାପୁର ନିକଟରେ ମୋନ୍ଥା ସ୍ଥଳଭାଗ ଛୁଇଁଛି । ରାତି ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି ଏହି ସାମୁଦ୍ରିକ ଝଡ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ମଧ୍ୟରେ ଥିଲା । ପବନର ଝଟକା ୧୧୦ କିମି ରହିଥିଲା । ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପବନ ସହ ବର୍ଷା ଲାଗି ରହିଛି ।
Also read:ନରସାପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା 'ମୋନ୍ଥା', ଲାଗି ରହିଛି ବର୍ଷା ଓ ପବନ