କଟକ : ରେଭେନ୍ସା ଇଷ୍ଟ ହଷ୍ଟେଲରେ ୧୬ ଛାତ୍ର ଅସୁସ୍ଥ । ଝାଡାବାନ୍ତି ପାଇଁ ୧୬ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରୁ ପିଇବା ପାଣିରୁ ଫୁଡ ପଏଜନ ହୋଇଥିବା ଜଣାପଡିଛି । ପାଣି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି ।
ସୂଚନା ଅନୁଯାୟୀ ଗତକାଲି ରାତିରେ ହଷ୍ଟେଲର ଅନ୍ତେବାସୀମାନେ ଭାତ, ରୁଟି, ଅଣ୍ଡା ତଡକା ଓ ଭଜା ଖାଇଥିଲେ । ହଷ୍ଟେଲରେ ପ୍ରାୟ ୧୮୦ ଛାତ୍ର ରହୁଥିଲେ । ପୂର୍ବରୁ ମଧ୍ୟ ରେଭେନ୍ସାର ଅନ୍ୟ ଏକ ହଷ୍ଟେଲରେ ଫୁଡ ପଏଜନ ହୋଇଥିଲା। ହଷ୍ଟେଲରେ ଆକ୍ବାଗାର୍ଡ ଖରାପ ଥିବାବେଳେ ଦୂଷିତ ପାଣି ବାହାରୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର କହିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।