କାନବେରା: କାନବେରାରେ ଖେଳା ଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ବର୍ଷା କାରଣରୁ ବର୍ଷା ଦୁଇ ଥର ପ୍ରଭାବିତ ହୋଇଥିଲା। ଫଳରେ ମ୍ୟାଚ୍ ୧୮ ଓଭର କରାଯାଇଥିଲା। ଭାରତର ସ୍କୋର ୯.୪ ଓଭତରେ ୯୭/୧ ହୋଇଥିବା ବେଳେ ବର୍ଷା ପୁଣି ଥରେ ଆରମ୍ଭ ହୋଇଥିଲା। ବର୍ଷା ନ ଛାଡ଼ିବାରୁ ଶେଷରେ ମ୍ୟାଚ୍ ବାତିଲ କରାଯାଇଛି।ତେବେ ମ୍ୟାଚରେ ଗିଲ୍ ଓ ସୂର୍ଯ୍ୟ ଫର୍ମରେ ନଜର ଆସିଛନ୍ତି।
ପ୍ରଥମେ ୫ ଓଭର ଖେଳାଯିବା ପରେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ଓଭର ୧୮କୁ ହ୍ରାସ କରାଯାଇଥିଲା। ଏହା ପୁଣି ୧୦ମ ଓଭରରେ ବର୍ଷା ହୋଇଥିଲା। ଖେଳ ରଦ୍ଦ ହେବା ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲ୍ କ୍ରିଜରେ ଅପରାଜିତ ଥିଲେ। ସେହି ସମୟରେ ଭାରତର ସ୍କୋର ୯୪.୪ ଓଭରରେ ୯୭/୧ ଥିଲା। ଭାରତର ଏକମାତ୍ର ଝଟକା ଅଭିଷେକ ଶର୍ମାଙ୍କ ରୂପେ ଲାଗିଥିଲା। ଏବେ ସିରିଜର ଦ୍ଵିତୀୟ ମ୍ୟାଚ୍ ଅକ୍ଟୋବର ୩୧ରେ ମେଲବର୍ଣ୍ଣରେ ଖେଳାଯିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ୩୫ ରନ ଯୋଡ଼ିଥିଲେ। ଅଭିଷେକ ୧୪ ବଲରୁ ୧୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବ ଇନିଂସ ଆଗକୁ ବଢାଇଥିଲେ। ଦୁହେଁ ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଦୁହେଁ ଅବିଭାଜିତ ଦ୍ଵିତୀୟ ଓ୍ଵିକେଟରେ ୬୨ ରନ ଯୋଡ଼ି ସାରିଥିଲେ। ଦଳ ୯.୪ ଓଭରରେ ୯୭ ରନ ସ୍କୋର କରିଥିବା ବେଳେ ଦ୍ଵିତୀୟ ଥର ବର୍ଷା ଆରମ୍ଭ ହୋଇଥିଲା। ଗିଲ୍ ୨୦ ବଲରୁ ୪ ଚୌକା ଓ ଗୋଟିଏ ଛକା ସହ ୩୭ ରନ ଓ ସୂର୍ଯ୍ୟ ୨୪ ବଲରୁ ୩ ଚୌକା ଓ ୨ ଛକା ସହ ୩୯ ରନ କରି ଅପରାଜିତ ଥିଲେ। ଏହି ମ୍ୟାଚରେ ସୂର୍ଯ୍ୟ ଟି-୨୦ ଅନ୍ତର୍ଜାତୀୟରେ ୧୫୦ ଛକା ପୂରଣ କରିବାରେ ଦୁନିଆର ପଞ୍ଚମ ଖେଳାଳି ହୋଇଛନ୍ତି।