ନୂଆଦିଲ୍ଲୀ: ଆଜି ପୁଣି ଭାରତର ଚୀର ଶତ୍ରୁ ପାକିସ୍ତାନ ମିଛ ପଦାରେ ପଡ଼ିଛି । ବିଶ୍ୱ ସମ୍ମୁଖରେ ଲଜ୍ଜିତ ହୋଇଛି ପାକିସ୍ତାନ । ହରିୟାଣାର ଅମ୍ବାଲା ଏୟାରବେସରୁ ଆସିଥିବା ଏକ ଫଟୋ ସବୁ ପାକିସ୍ତାନ ମିଛରୁ ପରଦା ହଟାଇଛି ।
ଆଜି ଅମ୍ବାଲା ଏୟାରବେସରେ ରାଷ୍ଟ୍ରପତି ଦ୍ରୌପଦୀ ୧୭ତମ ରାଫେଲ ସ୍କ୍ୱାଡ୍ରନ ଉଡ଼ିଥିଲେ । ତାଙ୍କ ସହିତ ଥିଲେ ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ୍ ଲିଡର୍ ଶିବାଙ୍ଗୀ ସିଂହ । ରାଫେଲ ଉପରେ ରାଷ୍ଟ୍ରପତିଙ୍କ ଡାହାଣ ପାର୍ଶ୍ୱରେ ଛିଡ଼ା ହୋଇ ଶିବାଙ୍ଗୀ ସିଂହ ଫଟୋ ଉଠାଇଥିଲେ । ଇଏ ହେଉଛନ୍ତି ସେହି ଶିବାଙ୍ଗୀ ଯାହାକୁ ପାକିସ୍ତାନ ଅପରେସନ ସିନ୍ଦୂର ସମୟରେ ବନ୍ଦୀ କରି ରଖିଥିଲା ବୋଲି ଦାବି କରିଆସୁଥିଲା ଏବଂ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଆଜିର ଫଟୋ ପାକିସ୍ତାନ ଗାଲରେ ଏକ ଶକ୍ତ ଚାପୁଡ଼ା ମାରି ତାର ସବୁ ମିଥ୍ୟାକୁ ଭୁଲ ପ୍ରମାଣିତ କରିଛନ୍ତି ।
ଗତ ମେ ମାସରେ ଅପରେସନ ସିନ୍ଦୂର ଜରିଆର ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଥିଲା । ପାକିସ୍ତାନ ବିଚଳିତ ହୋଇ ଅନେକ ମିଥ୍ୟା ଦାବି କରିଥିଲା । ଆଉ କହିଥିଲା ଭାରତୀୟ ବାୟୁ ସେନା ରାଫେଲ୍ ଫାଇଟର୍ ଜେଟକୁ ନଷ୍ଟ କରିଦେଇଛି । ସେଥିରେ ପାଇଲଟ୍ ଶିବାଙ୍ଗୀ ସିଂହଙ୍କୁ ଯୁଦ୍ଧ ବନ୍ଦୀ କରିଛି । ଏମିତିକି ଶିବାଙ୍ଗୀ ପରିବାର ଶୋକ ପାଳନ କରୁଥିବାର ମିଥ୍ୟା ଭିଡ଼ିଓ ମଧ୍ୟ ଚଲାଇଥିଲା । କିନ୍ତୁ ଭାରତୀୟ ସେନା ତୁରନ୍ତ ବିସ୍ତୃତ ବିବରଣୀ ପ୍ରଦାନ କରି ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ।
ତେବେ ଶିବାଙ୍ଗୀ ସିଂହ ହେଉଛନ୍ତି ଲାଫେଲ ଜେଟ୍ ଉଡ଼ାଇବାର ପ୍ରଥମ ମହିଳା ପାଇଲଟ୍ ।