ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀ ମହିଳାଙ୍କ ପାଇଁ ଖୁସି ଖବର । ଦୁଇଟି କିସ୍ତିର ଟଙ୍କା ପାଇନଥିବା ମହିଳା, ଆଗକୁ ଏକାବେଳକେ ୧୫ ହଜାର ଟଙ୍କା ପାଇବେ । ଏନେଇ ରାଜ୍ୟ ସରକାର କହିଛନ୍ତି । ଆଗକୁ ରାଖୀ ପୂର୍ଣ୍ଣିମା ସୁଭଦ୍ରା ହିତାଧିକାରୀ ମହିଳାଙ୍କୁ ତୃତୀୟ କିସ୍ତିର ଟଙ୍କା ଦିଆଯିବ । ହେଲେ ଯେଉଁ ଯୋଗ୍ୟ ହିତାଧିକାରୀ ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇନାହାନ୍ତି ସେମାନଙ୍କୁ ଏକାବେଳକେ ୩ଟି ଯାକ କିସ୍ତିର ଟଙ୍କା ମିଳିବ ।
ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନ ଥିଲେ ସେମାନଙ୍କୁ ଏକାଥରକେ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଦେଇଛନ୍ତି ରାଜ୍ୟ ସରକାର । ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ବ୍ରହ୍ମପୁରରେ ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଖାତାକୁ ଯାଇଛି ‘ସୁଭଦ୍ରା’ ଟଙ୍କା । କିନ୍ତୁ ତୃତୀୟ କିସ୍ତି କେଉଁଠାରୁ ଦିଆଯିବ ତା’ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଅଧିକ ପଢନ୍ତୁ: ଶିଶୁକନ୍ୟାର ରକ୍ତାକ୍ତ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ