ମୁମ୍ବାଇ: ଦିନକୁ ଦିନ ଆକାଶଛୁଆଁ ହେଉଛି ସୁନା ଦର । କମିବା ବଦଳରେ ହୁହୁ ହୋଇ ବଢିଚାଲିଛି । ଏବେ ବଜାରରେ ସୁନା ଦର ସର୍ବକାଳୀନ ରେକର୍ଡ କରିଛି । କାରଣ ଦେଶରେ ଏବେ ସୁନା ଦର ୯୦ ହଜାର ଟପିଛି । ବର୍ତ୍ତମାନ ନାସିକ ଏବଂ ଜଳଗାଓଁରେ ଦର ୧୦ ଗ୍ରାମ ପିଛା ବର୍ତ୍ତମାନ ୯୧ ହଜାର ଟଙ୍କା ଛୁଇଁ ସାରିଲାଣି । ବିଶେଷ କରି ଜଳଗାଁଓ ମହାରାଷ୍ଟ୍ର, ଗୁଜରାଟର ସୁନା ଗ୍ରାହକ ମାନଙ୍କୁ ଅଧିକ ଆକୃଷ୍ଟ କରିଥାଏ । କାରଣ ଏଠାକାର ସୁନାର ଶୁଦ୍ଧତା ସବୁ ଜାଗାରେ ମିଳେ ନାହିଁ। ତେଣୁ ଏଠାକାର ସୁନାର ଚାହିଦା ଅଧିକ ।
ଜଳଗାଓଁରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ବଜାର ମୂଲ୍ୟ ଟିକସ ସମେତ ୯୧,୦୫୨ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୯ ,୮୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୪,୦୮୦ ଟଙ୍କା ଅଛି ।
ବ୍ୟବସାୟୀଙ୍କ ନିର୍ଭରଯୋଗ୍ୟ ନିବେଶ ଓ ସାଧାରଣ ଲୋକଙ୍କ ପାଇଁ ମୂଲ୍ୟବାନ ଗହଣା ତିଆରି ହେଉଥିବା ସୁନା ସର୍ବଦା ମହଙ୍ଗା ହେଉଛି । ବଜାରରେ ସୁନାର ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ବର୍ତ୍ତମାନ ସୁନା ଦର ଏମିତି ହୋଇଛି ଯେ ସାଧାରଣ ଲୋକଟିଏ ସୁନା କିଣିବାକୁ ହେଲେ ୧୦ ଥର ଚିନ୍ତା କରିବାକୁ ପଡ଼ୁଛି ।
ଅଧିକ ପଢନ୍ତୁ: ହୋଲି ସେଲିବ୍ରେସନରେ ପୋଲିସକୁ ଆରଜେଡ଼ି ବିଧାୟକଙ୍କ ଧମକ; କହିଲେ ନାଚକି ଦେଖାଓ, ‘ନହେଲେ ହେବ ନିଲମ୍ବନ’