ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ସହିତ ଭାରତୀୟ ସେନା ମଙ୍ଗଳବାର-ବୁଧବାର ରାତିରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ବାୟୁସେନା ଆକ୍ରମଣ କରି ସେଗୁଡ଼ିକୁ ଧ୍ୱଂସ କରିଦେଇଛି। ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଏକ ସଠିକ ଆକ୍ରମଣ କରିଛନ୍ତି। ଏହି ଆତଙ୍କବାଦୀ ଆଡ୍ଡାଗୁଡ଼ିକ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ କଶ୍ମୀରରେ ଥିଲା। ସେନାର ଏହି ବିମାନ ଆକ୍ରମଣକୁ 'ଅପରେସନ୍ ସିନ୍ଦୂର' ନାମ ଦିଆଯାଇଛି। ଏହି ବିମାନ ଆକ୍ରମଣ ସେହି ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ କରାଯାଇଥିଲା ଯେଉଁଠାରୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଇଥିଲା। ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିମାନ ଆକ୍ରମଣରେ ମୋଟ ୯ଟି ଆତଙ୍କବାଦୀଙ୍କ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରାଯାଇଥିଲା।
କେଉଁଠି କେତେ ଆତଙ୍କବାଦୀ ଥିଲେ?
- ବାହାୱଲପୁର: ୨୫୦+
- ମୁରିଡକେ: ୧୨୦+
- ମୁଜାଫରାବାଦ: ୧୧୦-୧୩୦
- କୋଟଲି: ୭୫-୮୦
- ସିଆଲକୋଟ: ୧୦୦
- ଗୁଲପୁର: ୭୫-୮୦
- ଭିମ୍ବର: 60
- ଚକ୍ ଅମାରୁ: ୭୦-୮୦
ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନା ପାକିସ୍ତାନ ଉପରେ କରିଥିବା ବିମାନ ଆକ୍ରମଣ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଛି। ବାୟୁସେନା ଆକ୍ରମଣ ମାଧ୍ୟମରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି। ଏହି ଆତଙ୍କବାଦୀ ଶିବିରଗୁଡ଼ିକରେ ଲୁଚି ରହିଥିବା ୯୦ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଚୀନ ଦେଇଥିଲା ଲଢୁଆ ବିମାନ ଜେଏଫ୍-୧୭