ବୁଧବାର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ପାକିସ୍ତାନର ୯ଟି ସ୍ଥାନ ଉପରେ ଆକ୍ରମଣ କରିଛି ଭାରତ । ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ କରି ହୋଇଥିବା ଆକ୍ରମଣରେ ସୀମାନ୍ତବର୍ତୀ ଅଂଚଳରେ ଥିବା ଲୋକମାନେ ଆଜିର ରାତିକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି । ଏଭଳି ସ୍ଥିତିରେ ବଙ୍କର ଭିତରକୁ ପଳାଇ ଯିବାକୁ ସୀମାବର୍ତ୍ତି ବାସିନ୍ଦାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସୀମା ନିକଟରେ ଅଧିକ ଉତେଜନା ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଭୂତଳ ବଙ୍କର ଓ ଗାଁ ବାହାରକୁ ଯିବାକୁ ପଡିଛି ।
ଅଧିକ ପଢନ୍ତୁ : ଆତଙ୍କବାଦ ବିରୋଧରେ ଭାରତ ତାର ଅଧିକାର ବ୍ୟବହାର କରିଛି: ବିଦେଶ ସଚିବ
ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି । ସୀମାକୁ ପାକିସ୍ତାନ ସେନା ପଠାଇଥିବା ସୂଚନା ମିଳିଛି । ଏପଟେ ଭାରତ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାମିଲିଟାରୀ ଫୋର୍ସଙ୍କ ଛୁଟି ବାତିଲ ହୋଇଛି । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।