ବିହାର : ଭାରତୀୟ ସେନାଙ୍କ ଦ୍ୱାରା ପାକିସ୍ତାନରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍ "ଅପରେସନ୍ ସିନ୍ଦୂର"ର ଶବ୍ଦ ଏବେ ସୋସିଆଲ ମିଡିଆରୁ ସାଧାରଣ ଲୋକଙ୍କ ହୃଦୟରେ ପ୍ରତିଧ୍ୱନିତ ହେଉଛି। ଦେଶରେ ସବୁଠି ଅପରେସନ ସିନ୍ଦୂର ବିଷୟରେ ଆଲୋଚନା ହେଉଛି। ଏହି ଦେଶପ୍ରେମର ଭାବନାରେ ଅନୁପ୍ରାଣିତ ହୋଇ, ବିହାର କଟିହାରରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଝିଅ ଜନ୍ମ ହୋଇଛି ଯାହାର ନାମ ତାଙ୍କ ପରିବାର ନାମ ସିନ୍ଦୁରୀ ରଖିଲେ।
ସୂଚନା ଅନୁଯାୟୀ,କଟିହାର ଜିଲ୍ଲାର କୁର୍ସେଲାର ବାସିନ୍ଦା ସନ୍ତୋଷ ମଣ୍ଡଳ ଏବଂ ରାଖି କୁମାରୀ ସେମାନଙ୍କର ନବଜାତ ଝିଅର ନାମ ସିନ୍ଦୁରୀ ରଖିଛନ୍ତି । ପରିବାର ଲୋକେ କହିଛନ୍ତି ଯେ ଯେଉଁଦିନ ସିନ୍ଦୂର ଅପରେସନ କରାଯାଇଥିଲା ସେହି ଦିନ ହିଁ ଝିଅଟି ଜନ୍ମ ହୋଇଥିଲା। ତେଣୁ ଏହି ଖୁସି ମୁହୂର୍ତ୍ତରେ ସେ ଝିଅର ନାମ ସିଂଦୂରୀ ରଖିଛନ୍ତି । ପରିବାରର ସ୍ୱପ୍ନ ହେଉଛି ସେମାନଙ୍କ ଝିଅକୁ ଦେଶର ସେବା କରିବା ପାଇଁ ଜଣେ ସେନା ଅଧିକାରୀ କରିବା ଯାହା ଦ୍ଵାରା ସେ ଦେଶ ସେବା କରିପାରିବ।। ପରିବାର ସଦସ୍ୟମାନେ କହିଛନ୍ତି ଯେ ଘରେ ଦୁଇଟି ଖୁସି ଏକାଠି ଆସିଛି, ଗୋଟିଏ ହେଉଛି ଝିଅ ଜନ୍ମ ଏବଂ ଅନ୍ୟଟି ହେଉଛି ପାକିସ୍ତାନ ଉପରେ ଆକ୍ରମଣ।
ଅପରେସନ ସିନ୍ଦୂର ପରେ, ସାଧାରଣ ଭାରତୀୟ ମଧ୍ୟ ସେନା ସହିତ ଜଡିତ ଅନୁଭବ କରୁଛନ୍ତି। ତେବେ ଏହି କେବଳ ନାମକରଣ ନୁହେଁ ବରଂ ଦେଶପ୍ରେମ ଏବଂ ଭାବପ୍ରବଣ ଆସକ୍ତିର ଏକ ଉଦାହରଣ ପାଲଟିଛି।