‘ଅପରେସନ ସିନ୍ଦୁର’ ଜରିଆରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିବା ପରେ ଏବେ ଜମ୍ମୁକାଶ୍ମୀର ସୀମାବର୍ତ୍ତୀ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହାରି ଭିତରେ ଜମ୍ମୁକାଶ୍ମୀର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ଥିବା ଡାକ୍ତରଖାନା ଗୁଡ଼ିକର ଛାତ ଉପରେ ରେଡକ୍ରସ୍ ପ୍ରତୀକ ଚିହ୍ନିତ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରତୀକ କାହିଁକି ତିଆରି ହେଉଛି, ଏହାର ଅର୍ଥ କଣ ଆସନ୍ତୁ ଜାଣିବା..
ରେଡକ୍ରସ ପଛରେ ଥିବା ଅନ୍ତର୍ଜାତୀୟ ବ୍ୟବସ୍ଥା:
ଯୁଦ୍ଧ ବା ସଂଘର୍ଷ ସମୟରେ ହସ୍ପିଟାଲଗୁଡ଼ିକୁ ଟାଗେର୍ଟ ହେବାରୁ ରକ୍ଷା କରିବା ପାଇଁ ଅନ୍ତର୍ଜାତୀୟ ମାନବିକ ଆଇନ୍ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି । ରେଡ୍ରକର୍ସର ଏହି ପ୍ରତୀକ ହେଉଛି ଜେନେଭା ଚୁକ୍ତିନାମା ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଏକ ଆନ୍ତର୍ଜାତୀୟ ଚିହ୍ନ, ଯାହା ସୂଚିତ କରାଯାଏ, ଯେ ସମ୍ପୃକ୍ତ କୋଠାଟି ହେଉଛି ଏକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ । ଏହାର ପ୍ରକୃତ ଲକ୍ଷ୍ୟ ହେଉଛି ଯୁଦ୍ଧ କିମ୍ବା ସଶସ୍ତ୍ର ସଂଘର୍ଷ ସମୟରେ ସାଧାରଣ ନାଗରିକ, ଆହତ ଏବଂ ଚିକିତ୍ସା ସୁବିଧାର ସୁରକ୍ଷାକୁ ସୁନିଶ୍ଚିତ କରିବା । ତେଣୁ ଯୁଦ୍ଧ ପରିସ୍ଥିତିରେ ଆକ୍ରମଣ ନ କରିବା ପାଇଁ ରେଡକ୍ରସର ଏହି ପ୍ରତୀକଙ୍କୁ ଏକ ସଙ୍କେତ ଭାବେ ବ୍ୟବହାର କରାଯାଏ ।
ସୀମାନ୍ତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା:
ଏହି ପ୍ରତୀକ ଗୁଡ଼ିକ କୁପୱାଡା, ବାରାମୁଲ୍ଲା, ଶ୍ରୀନଗର, ଅନନ୍ତନାଗ ଏବଂ ଜାମ୍ମୁ କାଶ୍ମୀରର ଅନ୍ୟାନ୍ୟ ସୀମାନ୍ତ ଜିଲ୍ଲାରେ ଏବେ ଏହି ରେଡକ୍ରସ ଚିହ୍ନ ତିଆରି ଚାଲିଛି । ତେଣୁ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ, ଏହି ପ୍ରତିଷ୍ଠାନଗୁଡ଼ିକୁ ସାମ୍ଭବ୍ୟ ବିମାନ ଆକ୍ରମଣ ଓ ବୋମାମାଡ଼ରୁ ରକ୍ଷା କରିବ । ଯାହା ଦ୍ଵାରା ସ୍ୱାସ୍ଥ୍ୟସେବା କର୍ମୀ ଏବଂ ସେମାନଙ୍କ ସହ ଜଡିତ ଭିତ୍ତିଭୂମି ଉପରେ କୌଣସି ଆକ୍ରମଣ ନହୁଏ। କୌଣସି କୋଠାରେ ରେଡକ୍ରସ୍ ଚିହ୍ନ ଦେବାର ଉଦ୍ଦେଶ୍ୟ ହେଉଛି ଶତ୍ରୁ ଶିବିରକୁ ଜଣାଇବା ଯେ ପ୍ରଶ୍ନରେ ଥିବା କୋଠାଟି ଏକ ହସ୍ପିଟାଲ ଏବଂ ଜେନେଭା ଚୁକ୍ତି ଅନୁଯାୟୀ ଏହାକୁ ଟାର୍ଗେଟ କରାଯିବା ଉଚିତ୍ ନୁହେଁ। ଭାରତ-ପାକିସ୍ତାନ ଆନ୍ତର୍ଜାତୀୟ ସୀମା ସଂଲଗ୍ନ କୁପୱାଡା, ବାରମୁଲ୍ଲା, ଶ୍ରୀନଗର, ଅନନ୍ତନାଗ ଏବଂ ଜମ୍ମୁ ଏବଂ କାଶ୍ମୀରର ଅନ୍ୟାନ୍ୟ ସମାନ ଜିଲ୍ଲାରେ ଅବସ୍ଥିତ ହସ୍ପିଟାଲଗୁଡ଼ିକରେ ଏହି ଚିହ୍ନଗୁଡ଼ିକ ତିଆରି କରାଯାଉଛି।
ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉଲ୍ଲଂଘନ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ବ୍ୟତୀତ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର ଉପରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣ ପରଠାରୁ, ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ଦ୍ୱାରା ବଡ଼ ପରିମାଣର ବୋମାମାଡ଼ କରାଯାଇଛି। ଏହା ସହିତ, ଯେକୌଣସି ପ୍ରକାରର ଆକ୍ରମଣର ସମ୍ଭାବନା ଏବେ ବି ରହିଛି।
ଅପରେସନ ସିନ୍ଦୂର: ଆକ୍ରମଣ ପଛର ପୃଷ୍ଠଭୂମି:
ଭାରତ ୬ ଏବଂ ୭ ମେ ରାତିରେ 'ଅପରେସନ୍ ସିନ୍ଦୂର' ଅଧୀନରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନକୁ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସାରନ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଭାବରେ ନିଆଯାଇଛି ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପାଇଁ ଭାରତ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନଙ୍କୁ ଦାୟୀ କରିଛି। ତଥାପି, ପାକିସ୍ତାନ ଏହି ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛି ଏବଂ ଏକ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛି। ଅପରପକ୍ଷେ ଭାରତ ସରକାର ଦାବି କରିଛନ୍ତି ଯେ ଆକ୍ରମଣ ପାକିସ୍ତାନରୁ ଯୋଜନା କରାଯାଇଥିବାର ଦୃଢ଼ ପ୍ରମାଣ ତାଙ୍କ ପାଖରେ ଅଛି।
ଅଧିକ ପଢନ୍ତୁ: ସରିନି ‘ଅପରେସନ୍ ସିନ୍ଦୂର’ର ମିଶନ, ସର୍ବଦଳୀୟ ବୈଠକରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ, କହିଲେ ଆକ୍ରମଣରେ ଅତିକମ୍ରେ ମରିଛନ୍ତି ୧୦୦ ଆତଙ୍କୀ