ଭୁବନେଶ୍ୱର: ଆସନ୍ତା ମେ ୧୧ ତାରିଖରେ ଧର୍ମଶାଳାରେ ହେବାକୁ ଥିବା ପଞ୍ଜାବ କିଂଗ୍ସ ବନାମ ମୁମ୍ବାଇ ଇଣ୍ଡିଅନ୍ସ ମ୍ୟାଚଟିର ଭେନ୍ୟୁ ବଦଳାଯାଇପାରେ । ସମ୍ଭବତଃ ଏହା ଧର୍ମଶାଳାରୁ ଅହମ୍ମଦାବାଦ ସ୍ଥାନାନ୍ତରିତ ହୋଇପାରେ । ଏହି ମ୍ୟାଚଟି ପ୍ଳେଅଫ ପାଇଁ ଏକ ନିର୍ଣ୍ଣାୟକ ମ୍ୟାଚ ଅଟେ । ସେଥିପାଇଁ ବିସିସିଆଇ ଏହି ମ୍ୟାଚକୁ ରଦ୍ଦ କିମ୍ବା ଅନ୍ୟ ଦିନକୁ ସ୍ଥାନାନ୍ତକରଣ ନ କରିବାକୁ ନେଇ ବେଶ ଚିନ୍ତିତ ରହିଛି ।
ଭାରତୀୟ ସେନା ପାଖରୁ ଅପରେସନ ସିନ୍ଦୁର ପାଇଁ ଭାରତରେ ବନ୍ଦ ରହିଥିବା ଏୟାରପୋର୍ଟ ମଧ୍ୟରେ ଧର୍ମଶାଳା ଏୟାରପୋର୍ଟ ମଧ୍ୟ ରହିଛି । ଏନେଇ ବିସିସିଆଇ ଗୁଜୁରାଟ କ୍ରିକେଟ ବୋର୍ଡକୁ ଏହି ଖେଳ ପାଇଁ ଦାଇତ୍ୱ ନେବାକୁ ଅନୁରୋଧ କରିଛି । ଏସମ୍ପର୍କରେ ଗୁଜୁରାଟ କ୍ରିକେଟ ବୋର୍ଡ ବା ଜିସିଏ ବିସିସିଆଇକୁ ସବୁଜ ସଂକେତ ଦେବା ପରେ ବିସିସିଆଇର ଅନୁମୋଦନକୁ ଅପେକ୍ଷା କରିଛି ।
ସୂଚନା ଅନୁଯାୟୀ ଧର୍ମଶାଳା ଏୟାରପୋର୍ଟ ବନ୍ଦ ହେବା ଆଗରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଧର୍ମଶାଳାରେ ପହଞ୍ଚି ଯାଇଥିଲେ । ତେବେ ସେଠାରୁ ମ୍ୟାଚ ଅହମ୍ମଦାବାଦ ସ୍ଥାନାନ୍ତର ହେବା ଫଳରେ ବର୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ହୋଇପାରେ ଅସୁବିଧା ସେମାନଙ୍କୁ ରେଳ କିମ୍ବା ରାସ୍ତା ଦେଇ କିମ୍ବା ଉଭୟ ମାଧ୍ୟମରେ ଯାତ୍ରା କରିବାକୁ ପଡିପାରେ ।
ଅନ୍ୟପଟେ ମୁମ୍ବାଇ ଇଣ୍ଡିଅନ୍ସ ଦଳ ବିସିସିଆଇର ଶେଷ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି । ସେହି ଅନୁଯାୟୀ ଦଳର ଯାତ୍ରା ସୂଚୀ ନିର୍ଦ୍ଧାରଣ କରାଯିବ ।