ନୂଆଦିଲ୍ଲୀ: କାନ୍ଦାହାର ହାଇଜ୍ୟାକ୍ ଠାରୁ ଆରମ୍ଭ କରି ପହଲଗାମ ଆକ୍ରମଣ ଗୋଟି ଗୋଟି କରି ପାକିସ୍ତାନଠାରୁ ସବୁର ହିସାବ ନେଉଛି ଭାରତ । ଆଜି ଭାରତ ଆଉ ଏକ ପ୍ରହାର କରିଛି । ଭାରତରେ ଆଉ କୌଣସି ପାକିସ୍ତାନୀ ଟିଭି ସିରିଏଲ୍, ଗୀତ, ସିନେମା ଓ ସିରିଜ୍ ଇତ୍ୟାଦି ପ୍ରସାରଣ ହେବ ନାହିଁ । ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି ।
ମନ୍ତ୍ରଣାଳୟ ସମସ୍ତ ସଂସ୍ଥାକୁ କହିଛି ଯେ ଯେଉଁ ପାକିସ୍ତାନୀ ବିଷୟବସ୍ତୁଗୁଡ଼ିକୁ ଭାରତର ସୁରକ୍ଷା ଦୃଷ୍ଟିରୁ ଆଉ ପ୍ରସାରିତ ହେବ ନାହିଁ । ତତ୍କାଳ ପଦକ୍ଷେପ ସ୍ୱରୂପ ସମସ୍ତ ପାକିସ୍ତାନୀ ବିଷୟବସ୍ତୁ ଏବଂ ପାକିସ୍ତାନରୁ ରିଲିଜ୍ ହୋଇଥିବା ୱେବ୍ ସିରିଜ୍, ଫିଲ୍ମ, ଗୀତ, ପୋଡ଼କାଷ୍ଟ ଓ ପ୍ରସାରିତ ହେଉଥିବା ଅନ୍ୟାନ୍ୟ ବିଷୟ ପ୍ରସାରଣ ହେବ ନାହିଁ । ଏଗୁଡ଼ିକୁ ତୁରନ୍ତ ହଟାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବର ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ରଦ୍ଦ କରିଥିଲା । ଏହା ପରେ ସମସ୍ତ ପାକ୍ ନାଗରିକଙ୍କ ଭାରତ ଛାଡ଼ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ପାକିସ୍ତାନର ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍, ଖେଳାଳୀ, ଅଭିନେତା, ଅଭିନେତ୍ରୀ ଓ ବିଭିନ୍ନ ମନ୍ତ୍ରଣାଳୟର ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କରାଯାଇଥିଲା । ଏହା ପରେ ମେ ୭ ତାରିଖରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଅପରେସନ ସିନ୍ଦୂର ଜରିଆରେ ଧ୍ୱଂସ କରାଯାଇଛି । ଏହା ପରେ ମେ ୮ ଅର୍ଥାତ୍ ଆଜି ପାକିସ୍ତାନର ରାର୍ଡାର ସିଷ୍ଟମକୁ ଭାରତୀୟ ସେନା ଉଡ଼ାଇ ଦେଇଛି ।