ଆନ୍ତର୍ଜାତୀୟ ସ୍ତରରେ ଭାରତ ବିରୁଦ୍ଧରେ ମିଛ କହି ପୁଣି ଥରେ ଲଜ୍ଜିତ ହୋଇଛି ପାକିସ୍ତାନ । ଭାରତର ପାଞ୍ଚଟି ରାଫେଲ ବିମାନକୁ ନଷ୍ଟ କରିବାର ମିଛ ପ୍ରଚାର କରୁଥିବା ପାକିସ୍ତାନର ପର୍ଦ୍ଦାଫାସ ହୋଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ବୟାନ ସହିତ ଶାହବାଜ ସରିଫ ସରକାରଙ୍କ ମିଛ ସମଗ୍ର ବିଶ୍ୱ ସମ୍ମୁଖରେ ଖୋଲି ଯାଇଛି । ସିଏନ୍ଏନ୍ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ କୌଣସି ପ୍ରମାଣ ଦେଇ ନ ପାରିବାରୁ ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଧୋଇଦେଲେ ଉପସ୍ଥାପିକା ।
ମେ ୬-୭ ମଧ୍ୟ ରାତିରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ଖ୍ୱାଜା ଆସିଫ ସିଏନ୍ଏନ୍ ନ୍ୟୁଜ୍ ଚ୍ୟାନେଲ ସହିତ ଏକ ସାକ୍ଷାତକାରରେ ଅଂଶ ଗ୍ରହଣ କରିଥିଲେ । ସିଏନ୍ଏନ୍ ଶୋ'ରେ ଉପସ୍ଥାପିକା ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଚାରିଥିଲେ, 'ପାକିସ୍ତାନ ଦାବି କରୁଛି ଯେ ସେ ୫ଟି ଭାରତୀୟ ବାୟୁସେନା ଜେଟ୍ ଖସାଇ ଦେଇଛି । ' ଭାରତ କହୁଛି ଯେ ଏହାର କୌଣସି ପ୍ରମାଣ ନାହିଁ, ତେଣୁ ଆପଣ କ’ଣ ମୋତେ ଏ ବିଷୟରେ ଅଧିକ ସୂଚନା ଦେଇପାରିବେ, କାରଣ ଆପଣଙ୍କ ସେନା ମୁଖପାତ୍ର ଧମକ ଦେଉଛନ୍ତି ଯେ ଆକ୍ରମଣର ଜବାବ ଏପର୍ଯ୍ୟନ୍ତ ଆସିବ ନାହିଁ । ଏହା ପାକିସ୍ତାନର ଏକ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଯେ ୫ଟି ଯୁଦ୍ଧ ବିମାନ ଖସାଇ ଦିଆଯାଇଛି, ତେଣୁ ଏହାର ପ୍ରମାଣ କେଉଁଠାରେ ଅଛି ?’ ଏହି ସମୟରେ ଖ୍ୱାଜା ଆସିଫ୍ ଉପସ୍ଥାପିକାଙ୍କୁ ଧ୍ୟାନ ହଟାଇବାକୁ ଚେଷ୍ଟା କରିଥିଲେ । ଉପସ୍ଥାପିକା ଜଣକ ପୁଣି କହିଥିଲେ 'ରହନ୍ତୁ, ମୋତେ ମୋର ପ୍ରଶ୍ନ ସମାପ୍ତ କରିବାକୁ ଦିଅନ୍ତୁ।'
ଅଧିକ ପଢନ୍ତୁ: ଆହୁରି ବାକି ଅଛି ୧୨ଟି ଆତଙ୍କୀ ଆଡ୍ଡା, ପୁଣି ଆକ୍ରମଣ କରିପାରେ ଭାରତ !
ପ୍ରଶ୍ନ ସମାପ୍ତ ହେବା ପରେ ଖ୍ୱାଜା ଆସିଫ ଉତ୍ତର ଦେଇ କହିଥିଲେ 'ଏହା ସମସ୍ତ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଛି ଯେ ଭାରତର ବିମାନକୁ ଖସାଇ ଦିଆଯାଇଛି । ଏହା କେବଳ ପାକିସ୍ତାନର ସୋସିଆଲ ମିଡିଆରେ ନୁହେଁ ବରଂ ଭାରତର ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶିତ ହେଉଛି ଯେ ଆମେ ତିନୋଟି ବିମାନ ଖସାଇ ଦେଇଛୁ ଏବଂ ସେଗୁଡ଼ିକ ଭାରତର କାଶ୍ମୀରରେ ପଡ଼ିଛି, ଏହା ସମଗ୍ର ସୋସିଆଲ ମିଡିଆରେ ପ୍ରକାଶିତ ହେଉଛି ।'