ନୂଆଦିଲ୍ଲୀ: ଭାରତର ଅପରେସନ୍ ସିନ୍ଦୂର ମିଶନ ଜାରି ରହିଛି । ଏହି କ୍ରମରେ ଭାରତ ପାକିସ୍ତାନ ଲାହୋର ସହର ଏୟାର ଡିଫେନସର ରାର୍ଡାର ସିଷ୍ଟମକୁ ଗୁରୁବାର ଟାର୍ଗେଟ୍ କରିଛି । ଦୁଇ ଦେଶର ଉତ୍ତେଜନା ପରିସ୍ଥିତି ବୃଦ୍ଧି ପାଉଥିବା ଦେଖି ଭାରତ ପାକିସ୍ତାନରେ ଥିବା ଆମେରିକା ଦୂତାବାସର ପରାମର୍ଶଦାତା ନିଜର ସମସ୍ତ କର୍ମଚାରୀଙ୍କୁ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ।
ଆମେରିକୀୟ ଦୂତାବାସ ପରାମର୍ଶଦାତା କହିଛନ୍ତି ଯେ ଲାହୋରର ମୁଖ୍ୟ ବିମାନବନ୍ଦର ଚାରିପାଖରେ ଥିବା କିଛି ଅଞ୍ଚଳକୁ ପାକିସ୍ତାନୀ କର୍ତ୍ତୃପକ୍ଷ ଖାଲି କରିବାକୁ ଯାଉଥିବାର ପ୍ରାରମ୍ଭିକ ରିପୋର୍ଟ ମିଳିଛି। ଆମେରିକା ତାର କର୍ମଚାରୀଙ୍କୁ କହିଛି ଯେ...
- ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ
- ନିଜର ପ୍ରସ୍ଥାନ ଯୋଜନା କରନ୍ତୁ ଯେଉଁଥିପାଇଁ ଆମେରିକା ସରକାରଙ୍କ ଉପରେ ନିର୍ଭର କରିବ ନାହିଁ
- ଯାତ୍ରା ପାଇଁ ଅପଡେଟ୍ ଡକ୍ୟୁମେଣ୍ଟ ରଖନ୍ତୁ ଏବଂ ଅପଡେଟ୍ ସୂଚନା ପାଆନ୍ତୁ
- ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖନ୍ତୁ
- ଆପଣଙ୍କର ପରିଚୟ ପତ୍ର ଆପଣଙ୍କ ପାଖରେ ରଖନ୍ତୁ ଏବଂ ସ୍ଥାନୀୟ ପ୍ରଶାସନର ସହଯୋଗ ଲୋଡ଼ନ୍ତୁ
ଅଧିକ ପଢ଼ନ୍ତୁ- ସର୍ବଦଳୀୟ ବୈଠକରେ ରାଜନାଥ ସିଂଙ୍କ ବଡ ବୟାନ, ‘ ସରିନି ଅପରେସନ ସିନ୍ଦୂର, ଏବେ ବି ଜାରି ରହିଛି’