ଦିଲ୍ଲୀ: ଏପ୍ରିଲ ୨୨ ରେ କାଶ୍ମୀରର ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ପାକିସ୍ଥାନ । ଅପରେସନ ସିନ୍ଦୁର ମାଧ୍ୟମରେ ଶତାଧିକ ଆତଙ୍କବାଦୀଙ୍କୁ ଧରାଶାୟୀ କରିଛି ଭାରତ । ଏମାନଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀ ମଧ୍ୟ ସାମିଲ । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବଦୁଲ ରୋୖଫ ଆଝାର ମଧ୍ୟ ରହିଛି । ଆଝାର, ଭାରତୀୟ ବିମାନ IC-୮୧୪ ଅପହରଣର ମାଷ୍ଟରମାଇଣ୍ଡ ଥିଲା । ଯାହା ଫଳରେ ଭାରତକୁ ଦୁର୍ଦ୍ଦାନ୍ତ ଅପରାଧୀ ଓମାର ସଇଦ ଶୈଖ୍ କୁ ମୁକ୍ତ କରିବାକୁ ପଡିଥିଲା । ଯିଏ ଆଗାମୀ ଦିନରେ ଯାଇ ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କୁ ଅପହରଣ କରିବା ସହ ହତ୍ୟା କରିଥିଲା ।
ଏହି ଅପରେସନ ୨୩ ବର୍ଷ ତଳେ ଘଟିଥିବା ଡାନିଏଲ ପର୍ଲଙ୍କ ହତ୍ୟାର ଭାରତ ପ୍ରତିଶୋଧ ନେବା ସହିତ ଡାନିଏଲଙ୍କ ପରିବାରକୁ ନ୍ୟାୟ ଦେଇଛି । ଡାନିଏଲ ପର୍ଲ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ସେ ପାକିସ୍ଥାନରେ ଲସ୍କର-ଏ-ତୋଇବା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ । ୨୦୦୨ ମସିହାରେ ଏହି ଘଟଣା ଘଟିଥିଲା । ପରେ ଆତଙ୍କବାଦୀ ମାନେ ଏକ ଭିଡିଓ ମାଧ୍ୟମରେ ଆମେରିକାକୁ ଚେତାବନୀ ଦେବା ସହ ପର୍ଲଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ ।
ଏପ୍ରିଲ ୬ ତାରିଖ ବୁଧବାର ବିଳମ୍ବିତ ରାତ୍ରିରେ ଭାରତ ସେନା ପାକିସ୍ଥାନର ୯ଟି ସ୍ଥାନରେ ଏୟାରଷ୍ଟ୍ରାଇକ କରିଥିଲା । ଏହା ମଧ୍ୟରେ ପାକିସ୍ଥାନ ଅଧିକୃତ କାଶ୍ମୀରର ବାହାୱଲପୁର ଓ ମୁରଦିକେ ଭଳି ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବା ସ୍ଥାନରେ ଵିଧ୍ଵଂସଲୀଳା ରଚିଥିଲା ଭାରତ । ଲସ୍କର-ଏ-ତୋଇବା ଓ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଏହି ଆକ୍ରମଣରେ ମୃତାହତ ହୋଇଛନ୍ତି । ଏହା ସହିତ ଗୁରୁବାର ପାକିସ୍ଥାନର ଏଆରଡିଫେନ୍ସ ସିଷ୍ଟମକୁ ସୁଦର୍ଶନ ଚକ୍ରରେ ଧ୍ବଂସ କରିଛି ଭାରତ ।