ନୂଆଦିଲ୍ଲୀ: ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ପାକିସ୍ତାନୀ ସେନା ସହିତ ରକ୍ତର ହୋଲି ଖେଳିଛି। ବାଲୁଚ୍ ଲିବରେସନ୍ ଆର୍ମି ବୋଲାନର ମାଚ୍କୁଣ୍ଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପାକିସ୍ତାନୀ ସେନାର ଏକ ଗାଡ଼ିକୁ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୪ ଜଣ ପାକିସ୍ତାନୀ ସେନା ସୈନିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନକୁ ଏହି ଝଟକା ଏପରି ସମୟରେ ଲାଗିଛି ଯେତେବେଳେ ମାତ୍ର ଗୋଟିଏ ଦିନ ପୂର୍ବରୁ ଭାରତ କ୍ଷେପଣାସ୍ତ୍ର ଆକ୍ରମଣ କରି ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ପାକିସ୍ତାନ ଏବେ ବି ଅପରେସନ ସିନ୍ଦୂରକୁ ନେଇ ଭୟଭୀତ।
ବେଲୁଚିସ୍ତାନର ବାଲୁଚ୍ ଲିବରେସନ୍ ଆର୍ମି ପାକିସ୍ତାନକୁ କଠିନ ସମୟ ଦେଇ ଆସୁଛି। ବାଲୁଚିସ୍ତାନର ବୋଲାନ ଜିଲ୍ଲାର ମାଚ୍ କୁଣ୍ଡ ଅଞ୍ଚଳରେ (ବିଏଲ୍ଏ) ପାକିସ୍ତାନ ସେନାର ଏକ ଗାଡ଼ି ଉପରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୪ ଜଣ ପାକିସ୍ତାନୀ ସୈନିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଶୋରକାଣ୍ଡ ଅଞ୍ଚଳରେ ବୁଧବାର ପାକିସ୍ତାନୀ ସେନାର ଏକ କନଭୟ ପାଟ୍ରୋଲିଂ କରୁଥିବା ସମୟରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପାଇଁ ବିଏଲ୍ଏ ଦାୟୀତ୍ୱ ନେଇଛି। ଏହି ଆକ୍ରମଣ ବିଏଲ୍ଏର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ ଦ୍ୱାରା କରାଯାଇଥିଲା। ଆକ୍ରମଣରେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଏଥିରେ ଥିବା ସମସ୍ତ ସୈନିକଙ୍କ ମୃତ୍ୟୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୂରରେ ସଫଳତା ନେଇ ସର୍ବଦଳୀୟ ବୈଠକ