ଭୁବନେଶ୍ୱର ; ରାଜଧାନୀରେ ଉପକଣ୍ଠ ପାଣିଓରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ ହୋଇଛି । ଗୁରୁତର ଯୁବକ ଜଣଙ୍କ ପୂର୍ଣ୍ଣଚନ୍ଦ୍ର ନାୟକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୈାଣସି କାରଣରୁ ବିଶ୍ୱଜିତ ସାହୁ ଓ ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଯାହାର କରୁଣ ପରିଣତି ଏବେ ଗୁଳିକାଣ୍ଡରେ ପରିଣତ ହୋଇଛି । ଯେଉଁଥିରେ ପୂଣ୍ଣଚନ୍ଦ୍ରଙ୍କ ଡାହାଣ ହାତରେ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ଗୁଳିକାଣ୍ଡରେ ସଂପ୍ୃକ୍ତ ଥିବା ବିଶ୍ୱଜିତ ସାହୁକୁ ଗିରଫ କରିଛି ।