ମାଓବାଦୀଙ୍କ ଆଡ୍ଡା ଓ ଯୋଜନାକୁ ପଣ୍ଡ କରିବା ପାଇଁ ସୁରକ୍ଷାକର୍ମୀମାନେ ଛତିଶଗଡ ସୁକୁମାରେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟ ପକ୍ଷରୁ ଗୁଳି ଚାଳନ ହୋଇଥିଲା । ଏହି ଅପରେସନ ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଦୁର୍ଭାଗ୍ୟବଶତଃ ଏହି ବିସ୍ଫୋରଣରେ ୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ମିଳିଛି । ତଲାସି ଅଭିଯାନ ଚାଲିଥିବା ସମୟରେ ଆଇଇଡି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀ ମାନେ ସଜାଗ ହୋଇ ସର୍ଚ୍ଚ ଅପରେସନ ଜାରି କରିଛନ୍ତି ।