ବରଗଡ଼; ବରଗଡ ଜିଲ୍ଲା ଅତାବିରା ଥାନା ଲାଦେରପାଲି ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକରେ ତିନି ଜଣ ଯୁବକ ଅତାବିରା ପଟୁ ଲାଦେର ପାଲି ଛକ ଦେଇ ଯାଉଥିଲେ । ଏହି ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ସିଲେଟର ରଞ୍ଜିତ ମୀରିଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକ୍ ଚାଳକ ବେଲପଡ଼ା ଗ୍ରାମର ରାଜେଶ୍ ସତନାମି ଓ ସିଂହପାଲି ଚମାର ପଡ଼ାର ନାବାଳକ ରଞ୍ଜନ ମେହେର ଗୁରୁତର ଥିବା ଜଣାପଡିଛି।
ତେବେ ଏନେଇ ଖବର ପାଇ ଅତାବିରା ପୁଲିସ ପହଞ୍ଚି ମୃତଦେହ ଜବତ କରି ବରଗଡ଼ ଡାକ୍ତରଖାନାକୁ ପଠାଇବା ସହ ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛନ୍ତି ।