ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେଇଛି ଭାରତ । ସିନ୍ଦୂରର ବଦଲା ଅପରେସନ ସିନ୍ଦୂର ଜରିଆରେ ନିଆଯାଇଛି । ଭାରତର ବାୟୁସେନା ପାକିସ୍ତାନର ୯ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଛି । ଏହି ଅପରେସନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ଅଧ୍ୟକ୍ଷତା କରିଛନ୍ତି । ଏହି ସମୟରେ ପିଏମ ମୋଦୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଅପରେସନ ସିନ୍ଦୂର ବିଷୟରେ ଅବଗତ କରାଇଛନ୍ତି ।
ବୈଠକ ସମୟରେ ପିଏମ ମୋଦୀ କ୍ୟାବିନେଟକୁ ଜଣାଇଛନ୍ତି ଯେ, ଅପରେସନ ସଂପୂର୍ଣ୍ଣ ଯୋଜନା ଅନୁସାରେ କରାଯାଇଛି । ଏଥିରେ କୌଣସି ପ୍ରକାରର ତ୍ରୁଟି ହୋଇ ନାହିଁ । ବିସ୍ତୃତ ପ୍ରସ୍ତୁତି ସହିତ ଅତି ସତର୍କତାର ସହ ଅତ୍ୟନ୍ତ ସଠିକ ଭାବେ ଭାରତୀୟ ସେନା ଅପରେସନ ପୂରା କରିଛନ୍ତି । ବୈଠକରେ ପିଏମ ମୋଦୀ ଅପରେସନର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଛନ୍ତି । ସେ କହିଛନ୍ତିଏହା ତ ହେବାର ଥିଲା । ପୂରା ଦେଶ ଆମ ଉପରେ ଆଶା କରି ଚାହିଁ ରହିଥିଲେ । ଆମକୁ ଆମ ସେନା ଉପରେ ଗର୍ବ ।
ଅଧିକ ପଢନ୍ତୁ : ଅପରେଶନ ସିନ୍ଦୂରର ଆତଙ୍କବାଦୀ ଶିବିର ଧ୍ୱଂସ: ତିନି ସଂଗଠନରୁ ନିପାତ ହେଲେ ଏହି ସଦସ୍ୟ…
କେନ୍ଦ୍ର ମନ୍ତ୍ରୀ ଗଣ କହିଛନ୍ତି, ସମଗ୍ର ଦେଶ ଆତଙ୍କବାଦ ବିରୁଦ୍ଧ ଲଢେଇରେ ପ୍ରଧାନମନ୍ତ୍ରୀ ଓ ସେନା ସହ ଛିଡା ହୋଇ ରହିଛନ୍ତି । ସୀମାପାର ଅନୁପ୍ରବେଶ ପାଇଁ ବ୍ୟବହୃତ ଆତଙ୍କବାଦୀ ଆଡ୍ଡା ଏବଂ ଶିବିରଗୁଡ଼ିକୁ ଟାର୍ଗେଟ କରି କରାଯାଇଛି । ଏହି ଆକ୍ରମଣକୁ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଏକ ଦୃଢ଼ ବାର୍ତ୍ତା ଭାବରେ ଦେଖାଯାଉଥିବା ମନ୍ତ୍ରୀମାନେ କହିଛନ୍ତି ।
ରାତି ସାରା ଚାଲିଥିବା ଅପରେସନ୍ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ନିରନ୍ତର ନଜର ରଖିଥିଲେ। ଭାରତ ପାକିସ୍ତାନ ଏବଂ ପିଓକେରେ ଥିବା ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା ଯେଉଁଠାରୁ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ କାର୍ୟ୍ୟକାରୀ କରାଯାଉଥିଲା। ଅପରେସନ ସିନ୍ଦୂରରେ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନାର ସାମିଲ ଥିଲେ ।
ଅଧିକ ପଢନ୍ତୁ : ଅପରେସନ ସିନ୍ଦୂରରେ ପାକିସ୍ତାନର ଅବସ୍ଥା ଦେଖି ଚୀନକୁ ହେଲା ଯନ୍ତ୍ରଣା, କହିଲା-ଆମେ ଚିନ୍ତିତ