ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ମଙ୍ଗଳବାର-ବୁଧବାର ରାତିରେ ଅପରେଶନ ‘ସିନ୍ଦୂର’ ଅଭିଯାନ ଚଳାଇଥିଲା। ଏହି ଅପରେଶନ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ଆଡ୍ଡାର ଏକ ତାଲିକା ପ୍ରକାଶ ପାଇଛି। ଏହି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସଫଳତାର ସହ ଧ୍ୱଂସ କରାଯାଇଥିଲା।
- ମାର୍କାଜ୍ ସୁଭାନ୍ ଆଲ୍ଲା, ବାହାଲପୁର- ଜୈଶ
- ମାର୍କାଜ୍ ତାଇବା, ମୁରିଡକେ- ଲଶ୍କର
- ସରଜଲ, ତେହରା କଲାନ- ଜୈଶ
- ମେହମୁନା ଜୋୟା, ସିଆଲକୋଟ- ଏଚ୍ଏମ୍.
- ମାର୍କାଜ୍ ଅହଲେ ହାଡିସ୍, ବାର୍ନାଲା- ଲଶ୍କର
- ମାର୍କାଜ୍ ଅବ୍ବାସ, କୋଟଲି- ଜୈଶ
- ମାସ୍କର ରାହୁଲ ସହିଦ, କୋଟଲି- ଏଚ୍ଏମ୍
- ଶୱାଇ ନାଲା କ୍ୟାମ୍ପ, ମୁଜାଫରବାଦ- ଲଶ୍କର
- ସୟଦନା ବିଲାଲ୍ କ୍ୟାମ୍ପ, ମୁଜାଫରବାଦ- ଜେଏମ୍
ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ମଙ୍ଗଳବାର-ବୁଧବାର ରାତି ପାକିସ୍ତାନରେ ବଡ଼ଧରଣର ଆକ୍ରମଣ କରିଛି। ଏହି ଆକ୍ରମଣରେ ୯ଟି ଆତଙ୍କବାଦୀ ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଫଳରେ ଆତଙ୍କବାଦୀ ଘାଟିଗୁଡ଼ି ଧୂଆପୂର୍ଣ୍ଣ ହୋଇଥିଲା। ଆତଙ୍କବାଦୀ ଘାଟି ଅଦୃଶ୍ୟ ହୋଇଯାଇଥିଲା। ଏହି ଅପରେସନ୍ ଭାରତୀୟ ବାୟୁସେନା, ଭାରତୀୟ ସେନା ଏବଂ ଭାରତୀୟ ନୌସେନା ମିଳିତ ଭାବରେ କରିଥିଲେ। ଏହି ଆକ୍ରମଣ ପାଇଁ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଥିଲା।
ଅଧିକ ପଢ଼ନ୍ତୁ: କାନ୍ଦିବାକୁ ଲାଗିଲେ ପହଲଗାମରେ ମୃତ ଶୁଭମ ଦ୍ୱିବେଦୀଙ୍କ ପତ୍ନୀ