ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ମୁହଁତୋଡ ଜବାବ ଦେଇଛି ଭାରତ । ସିନ୍ଦୂରର ବଦଲା ଅପରେସନ ସିନ୍ଦୂର ଜରିଆରେ ନିଆଯାଇଛି । ଭାରତର ବାୟୁସେନା ପାକିସ୍ତାନର ୯ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଛି । ମଙ୍ଗଳବାର ମଧ୍ୟରାତ୍ରି ୧ଟାରୁ ୧ଟା ୩୦ ମଧ୍ୟରେ ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେ ସ୍ଥିତ ୯ଟି ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରି ମାଟିରେ ମିଶାଇ ଦେଇଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଚୀନ ପ୍ରତିକ୍ରିୟା ଦେଇଛି । ଡ୍ରାଗନ ପାକିସ୍ତାନ ଭିତରେ ଭାରତର ସାମରିକ ଅଭିଯାନ ଉପରେ ଆପତ୍ତି ପ୍ରକାଶ କରି ଏହାକୁ ବିଡମ୍ବନା ବୋଲି କହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଭଳି ସ୍ଥିତି ଉତ୍ପନ ହୋଇଛି ତାକୁ ନେଇ ଆମେ ଚିନ୍ତିତ । ଚୀନ ଦୁଇ ପକ୍ଷଙ୍କୁ ଆଲୋଚନାର ରାସ୍ତା ଆପଣେଇବାକୁ ଅପିଲ୍ କରିଛି । ନିଜ ବୟାନରେ ଚୀନ ଏହା ମଧ୍ୟ କହିଛି, ଭାରତ ଓ ପାକିସ୍ତାନ ସର୍ବଦା ପରସ୍ପରର ପଡୋଶୀ ହୋଇ ରହିବେ । ଆମେ ସବୁ ପ୍ରକାରର ଆତଙ୍କବାଦକୁ ବିରୋଧ କରୁଛୁ ।
ଅଧିକ ପଢନ୍ତୁ : ପାକିସ୍ତାନକୁ ଚୀନ ଦେଇଥିଲା ଲଢୁଆ ବିମାନ ଜେଏଫ୍-୧୭
ଭାରତର ଅପରେସନ ସିନ୍ଦୂର ପରେ ଦୁଇ ଦେଶକୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛି ଚୀନ । ଭାରତ ଓ ପାକିସ୍ତାନ ସଂଯମ ରୁହନ୍ତୁ ଏବଂ ଏମିତି ପଦକ୍ଷେପ ନ ଉଠାନ୍ତୁ ଯଦ୍ୱାରା ସ୍ଥିତି ଆହୁରି ଖରାପ ଆଡକୁ ଗତି କରିବ । ଭାରତର ଏହି ସାମରିକ ଅଭିଯାନ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି ଯେ, ତୁର୍କୀ ଆମ ସମର୍ଥନରେ ରହିଛି । ତୁର୍କୀର ବୈଦେଶିକ ମନ୍ତ୍ରୀ ଫୋନରେ କଥା ଭାରତ ପକ୍ଷରୁ ପାକିସ୍ତାନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରାଯାଇଥିବା କହିଛନ୍ତି ।
ଗୋଟିଏ ପଟେ ପାକିସ୍ତାନ ତୁର୍କୀର ସମର୍ଥନ ମିଳିଥିବା ଦାବି କରିଥିବା ବେଳେ ଅନ୍ୟପଟେ ଇସ୍ରାଏଲ ଖୋଲା ଖୋଲି ଅପରେସନ ସିନ୍ଦୂର ପରେ ଭାରତର ସମର୍ଥନରେ ଛିଡା ହୋଇଛି । ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁବେନ ଅଜର କହିଛନ୍ତି, ଇସ୍ରାଏଲ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରୁଛି ।
ଅପରେସନ ସିନ୍ଦୂର ଆଧାରରେ ଭାରତ ବହାବଲପୁର, ମୁରିଦକେ, ଗୁଲପୁର, ଭୀମବର, ଚକ ଅମରୁ, ବାଗ, କୋଟଲି, ସିୟାଲକୋଟ ଓ ମୁଜଫରାବାଦରେ ସ୍ଥିତ ୯ଟି ଆତଙ୍କୀ ଶିବିରକୁ ଟାର୍ଗେଟ୍ କରିଛନ୍ତି । ର ଦ୍ୱାରା ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ୯ଟି ଲକ୍ଷ୍ୟକୁ ଚିହ୍ନଟ କରାଯାଇଥିଲା ।
ଅଧିକ ପଢନ୍ତୁ: ପହଲଗାମ ପୀଡ଼ିତାଙ୍କ ସିନ୍ଦୂରର ପ୍ରତିଶୋଧ ‘ଅପରେସନ୍ ସିନ୍ଦୂର’