ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର’ ନାମ ଯିଏ କେହି ବି ଶୁଣୁଛନ୍ତି ତାଙ୍କ ଦେହରେ ଶ୍ରୀହରଣ ଖେଳିଯାଉଛି, ଆଖିରେ ଲୁହ ଭରି ଦେଉଛି । ତେବେ ଏପରି ନାମକରଣ କାହିଁକି ହୋଇଛି ଏବଂ କିଏ ଦେଇଛି ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି ମନରେ । ତେବେ ପହଲଗାମରେ ଯେଉଁ ମହିଳାଙ୍କ ମଥାରୁ ସିନ୍ଦୂର ଲିଭିଥିଲା ସେହି ଆକ୍ରମଣର ପ୍ରତିଶୋଧ ହେଉଛି ଅପରେସନ୍ ସିନ୍ଦୂର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ଏହାର ନାମକରଣ କରିଛନ୍ତି ବୋଲି ସୂଚନା ମିଳିଛି ।
ପହଲଗାମ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ତିନି ସେନା ପ୍ରମୁଖଙ୍କ ସହିତ ବୈଠକ କରିଥିଲେ । ଏହି ବୈଠକରେ ମୋଦୀ ‘ଅପରେସନ୍ ସିନ୍ଦୂର’ର ନାମ କରଣ କରାଯାଇଛି । ଏହି ଗୁପ୍ତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ପହଲଗାମ ଆକ୍ରମଣରେ ଆତଙ୍କବାଦୀମାନେ ଆମର ଅନେକ ମହିଳାଙ୍କୁ ବିଧବା କରିଛନ୍ତି ଏବଂ ପୁରୁଷମାନଙ୍କୁ ହତ୍ୟା କରିଛନ୍ତି ଏବଂ ସେମାନଙ୍କର ସିନ୍ଦୂର ପୋଛି ଦେଇଛନ୍ତି। ଏହାର ଜବାବରେ ଆମକୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ। ଆଉ ଯାହାର ନାମ ରହିବ ‘ଅପରେସନ୍ ସିନ୍ଦୂର’
ଅଧିକ ପଢନ୍ତୁ : କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ: ସୋଫିଆ