ଇସଲାମାବାଦ: ଅପରେଶନ ସିନ୍ଦିର ଅଧିନରେ ଭାରତ ମଙ୍ଗଳବାର-ବୁଧବାର ରାତିରେ ପାକିସ୍ତାନରେ ଥିବା ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି। ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ, ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ମୁଖ୍ୟାଳୟ ସମେତ ନଅଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି। ଭାରତୀୟ ସାମରିକ ବାହିନୀର ଏହି ଆକ୍ରମଣରେ ୯୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପରମାଣୁ ଆକ୍ରମଣ ଏବଂ କଡ଼ା ପ୍ରତିଶୋଧର ଧମକ ଦେଉଥିବା ପାକିସ୍ତାନ ଏବେ ପଛକୁ ହଟିଯାଇଛି।
ଅଧିକ ପଢନ୍ତୁ : ପହଲଗାମ ପୀଡ଼ିତାଙ୍କ ସିନ୍ଦୂରର ପ୍ରତିଶୋଧ ‘ଅପରେସନ୍ ସିନ୍ଦୂର’, ପ୍ରଧାନମନ୍ତ୍ରୀ ଦେଇଛନ୍ତି ନାଁ
ଭାରତର ଏହି ଆକ୍ରମଣକୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭର ସଙ୍କେତ ଭାବରେ ଦେଖାଯାଉଥିଲା। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଆମେ ନିଜକୁ ରକ୍ଷା କରିବୁ। ପାକିସ୍ତାନୀ ଅଞ୍ଚଳରେ ଭାରତର ଆକ୍ରମଣ ପରେ, ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ, ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଯଦି ଭାରତ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତେବେ ଆମେ ମଧ୍ୟ କିଛି କରିବୁ ନାହିଁ।
ଉଲ୍ଲେଖନୀୟ ଯେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଖୱାଜା ଆସିଫ କହିଥିଲେ ଯେ ଆବାସିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତ ଏହାର ଆକାଶ ସୀମାରୁ ପାକିସ୍ତାନୀ ଅଞ୍ଚଳକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରିଛି। ଖୱାଜା ଆସିଫ ମଧ୍ୟ କହିଥିଲେ ଯେ ଆମେ ଏହାର ଉପଯୁକ୍ତ ଜବାବ ଦେବୁ। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଉଚିତ ଜବାବ ଦେବାର ଅହଂକାର କିଛି ଘଣ୍ଟା ମଧ୍ୟରେ ଉଭାନ ହୋଇଯାଇଛି। ଏବେ ସେ କହିବା ଆରମ୍ଭ କରିଛନ୍ତି ଯେ ଭାରତ ଅନ୍ୟ କୌଣସି ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ସେ କିଛି କରିବେ ନାହିଁ।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ