ପାକିସ୍ତାନର ଆତଙ୍କୀଙ୍କୁ କଡ଼ା ଜବାବ ଦେବାକୁ ମିଡ଼ ନାଇଟ୍ ଅପରେସନ କରିଛି ଭାରତ। ଯାହାର ନାଁ ‘ଅପରେସନ୍ ସିନ୍ଦୂର’। ଏଥିରେ ପହଲଗାମ୍ରେ ହୋଇଥିବା ଆକ୍ରମଣର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଏୟାର ଷ୍ଟ୍ରାଇକ୍ କରି ଧୂଳିସାତ୍ କରିଛି ପାକିସ୍ତାନରେ ଥିବା ଆତଙ୍କୀ ଶିବିର। ତେବେ ଭାରତୀୟ ସେନାର ଏହି କାର୍ଯ୍ୟକୁ ବିଭନ୍ନ ମହଲରୁ ସ୍ୱାଗତ କରାଯାଉଥିବା ବେଳେ ଏନେଇ ଖୁସିବ୍ୟକ୍ତ କରିଛନ୍ତି ଭାରତୀୟ କ୍ରିକେଟର। ପାକିସ୍ତାନର ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟରଙ୍କ ଟୁଇଟ୍ କଟା ଘା’ରେ ଚୂନ ମାରିବା ଭଳି ହୋଇଛି।
ଅଧିକ ପଢନ୍ତୁ : କିଏ ଏ କର୍ଣ୍ଣେଲ ସୋଫିଆ କୁରେସି, ଯାହାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା; ‘ଅପରେସନ ସିନ୍ଦୁର’ ସଫଳତାର ଦେଲେ ପ୍ରମାଣ
ନଜର ପକାନ୍ତୁ ଅପରେସନ୍ ସିନ୍ଦୂରକୁ ନେଇ କିଏ କଣ କହିଲେ
ସୁରେଶ ରାଇନା, ଗୌତମ ଗମ୍ଭୀର, ବିରେନ୍ଦ୍ର ସେହୱାଗ, ସଚିନ ତେନ୍ଦୁଲକର ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ‘ଅପରେସନ ସିନ୍ଦୂର’ ବାବଦରେ ପୋଷ୍ଟ କରିଛନ୍ତି।
ବିରେନ୍ଦ୍ର ସେହୱାଗ କହିଛନ୍ତି, ‘ଧର୍ମ ରହିଛି, ରହିବ, ଜୟ ହିନ୍ଦ ସେନା’। ସେହିପରି ଆଉ ଏକ ଟୁଇଟରେ ସେ କହିଛନ୍ତି, ଯଦି ତୁମ ଉପରକୁ କେହି ଫୁଲ ଫିଙ୍ଗୁଛି ତ, ତୁମେ ବି ଫିଙ୍ଗ ହେଲେ ଫୁଲକୁଣ୍ଡ ସହ। ଏଥିସହ ଅପରେସନ ସିନ୍ଦୂର ନାଁକୁ ଯଥାର୍ଥତା ବୋଲି କହିଛନ୍ତି ବିରେନ୍ଦ୍ର ସେହୱାଗ।
ସେହିପରି ସଚିନ୍ ତେନ୍ଦୁଲକର ପୋଷ୍ଟ କରି କହିଛନ୍ତି, ‘ଏକତାରେ ନିର୍ଭିକ, ଶକ୍ତିରେ ଅସୀମ, ଭାରତର ଢାଲ ହେଉଛି ତା’ର ଲୋକ। ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ।’ ଏଥିସହ ଜୟ ହିନ୍ଦ ବୋଲି ଲେଖି ସେ ଭାରତୀୟ ସେନାକୁ ପ୍ରଂଶସା କରିଛନ୍ତି।
ଏହି କାର୍ଯ୍ୟରେ ଖୁସି ପ୍ରକାଶ କରି ସୁରେଶ ରୈନା ଟ୍ୱିଟ୍ କରିଛନ୍ତି, ଅପରେସନ୍ ସିନ୍ଦୁର ଜୟ ହିନ୍ଦ୍। ସେ ଏକ ପଞ୍ଚିଂ ଇମୋଜି ମଧ୍ୟ ରଖିଛନ୍ତି । ସେହିପରି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏନେଇ ପୋଷ୍ଟ କରିଛନ୍ତି। ଗୌତମ ଗମ୍ଭୀର ‘ଅପରେସନ୍ ସିନ୍ଦୂର’ର ଫଟୋ ମଧ୍ୟ ସେୟାର କରିଛନ୍ତି।
ଅଧିକ ପଢନ୍ତୁ : ସରକାରଙ୍କୁ ବହୁତ ଧନ୍ୟବାଦ : ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ