ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭୟରେ ପାକିସ୍ତାନ । ପାକିସ୍ତାନ ଓ ପିଓକେ ସ୍ଥିତ ୯ଟି ଆତଙ୍କୀ ଶିବିର ଉପରେ ଏୟାରଷ୍ଟ୍ରାଇକ କରି ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେଇଛି ଭାରତ । ତେବେ କଣ ଭାରତର ଅପରେସନ ପୂରା ହୋଇଛି କି ? ବୈଦେଶିକ ସଚିବ ବିକ୍ରମ ମିସରୀ କହିଛନ୍ତି ଏବେ କେବଳ ୯ ଆତଙ୍କୀ ଶିବିର ଉପରେ ହମଲା କରିଛୁ । ତେଣୁ ଏବେ ପ୍ରଶ୍ନ ଉଠୁଛି ଭାରତ କଣ ଆତଙ୍କୀ ଶିବିର ଉପରେ ପୁନର୍ବାର ଷ୍ଟ୍ରାଇକ କରିବାକୁ ପ୍ରସ୍ତୁତ ?
ବୁଧବାର ରାତି ୧ଟା ୫ ମିନିଟରୁ ରାତି ସାଢେ ୧ଟା ପର୍ଯ୍ୟନ୍ତ ୨୫ ମିନିଟ୍ ଭିତରେ ପାକିସ୍ତାନ ଅଧିକୃତ କାଶ୍ମୀରର ୫ଟି ସ୍ଥାନ ଓ ପାକିସ୍ତାନରେ ସିଧା ପଶି ୪ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରି ଆତଙ୍କୀ ଶିବିରକୁ ମାଟିରେ ମିଶାଇଛନ୍ତି ଭାରତୀୟ ସେନା । ଏଥିରେ ହାଫିଜ ସଇଦଠୁ ନେଇ ମସୁଜ ଅଜହର ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ଆଡ୍ଡା, ମକରଜ ସାମିଲ । ଏଠାରୁ ପ୍ରାୟ ତିନି ଦଶନ୍ଧି ଧରି ହାଫିଜ ଓ ମସୁଦ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇ ଭାରତରେ ହମଲା କରାଉଥିଲା ।
ତେବେ ପାକିସ୍ତାନ ଉପରୁ ବିପଦ ଏବେ ବି ଟଳିନାହିଁ । ଶେହବାଜ ସରିଫ ନିଜ ଜନତାଙ୍କୁ ସଂସଦରେ ବୋକା ବନାଉଛନ୍ତି । ସେ କହୁଛନ୍ତି ପାକିସ୍ତାନ ଭାରତକୁ ମୁହଁତୋଡ ଜବାବ ଦେଇଛି । ପାକିସ୍ତାନର ସାମାଜିକ ଗଣମାଧ୍ୟମରେ ଏମିତି ଏକ ପ୍ରୋପାଗାଣ୍ଡା ଚଲାଗଲା, ଯେଉଁଥିରେ ପାକିସ୍ତାନ ନିଜକୁ ବିଜୟୀ ବୋଲି ଘୋଷଣା କରୁଥିଲା । ମାତ୍ର ପାକିସ୍ତାନ ଜନତାଙ୍କୁ ବୁଝି ଯିବା ଉଚିତ୍ ଯେ, ନିଜ ସେନାଙ୍କ ମିଥ୍ୟାରେ ପଡନ୍ତୁ ନାହିଁ । ଆଜି ରାତିରେ ବି ଆତଙ୍କୀ ଶିବିର ଉପରେ ହମଲା ହୋଇପାରେ ।
୧୨ଟି ଆତଙ୍କୀ ଶିବିର ଉପରେ ଘନେଇଲା ବିପଦ
ଭାରତୀୟ ସେନାର ମେ ୭ ତାରିଖର ସାମ୍ବାଦିକ ସମ୍ମିଳନୀରେ ଆତଙ୍କୀ ଶିବିରର ତାଲିକା ବହୁତ ଲମ୍ବା ଥିଲା । ହମଲା ଏବେ କେବଳ ୯ଟି ସ୍ଥାନରେ ହୋଇଛି । ସେନା ତାଲିକାରେ ୨୧ ନାଁ ସାମିଲ । କିନ୍ତୁ ହମଲା କେବଳ ୯ଟି ସ୍ଥାନରେ ହୋଇଛି । ଅର୍ଥାତ ପାକିସ୍ତାନ ପାଇଁ ଏହି ହମଲା କେବଳ ଟ୍ରେଲର ଥିଲା, ପିଚକର ଏବେ ବି ବାକି ରହିଛି । ଏଥିରେ ସବାଇ କ୍ୟାମ୍ପ, ବିଲାଲ କ୍ୟାମ୍ପ, ଗୁଲପୁର, କୋଟଲି କ୍ୟାମ୍ପ, ବରନାଲା, ମହମୁନ, ସରଜଲ, ମୁରିଦକେ ଓ ବହାବଲପୁର ପରି ସ୍ଥାନରେ ସ୍ଥିତ ଆତଙ୍କୀ ଶିବିର ଉପରେ ଅପରେସନ ସିନ୍ଦୂର ଜରିଆରେ ହମଲା କରାଯାଇଛି । ଏହା ବ୍ୟତୀତ ଏବେ ୧୨ ଆତଙ୍କୀ ଠିକଣା ରହିଛି, ଯାହା ଉପରେ ବିପଦ ଘନେଇଛି । ହୋଇପାରେ ଭାରତୀୟ ସେନା ଖୁବ୍ ଶୀଘ୍ର ଏହା ଉପରେ ହମଲା କରି ପାରନ୍ତି ।
ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଠିକଣା
୧-ସବାଇ ନାଲା
୨-ସୈୟଦ ବିଲାଲ
୩-ମରକଜ ଏ ଅକ୍ସା
୪-ଚେଲାବନ୍ଦୀ
୫-ଅବଦୁଲା ବିନ ମସୁଦ
୬-ଦୁଲଇ
୭-ଗଡି ବହିବୁଲ୍ଲା
୮-ବେଟରାସୀ
୯-ବାଲାକୋଟ
୧୦-ଓଘି
୧୧-ବୋଇ
୧୨-ସେନସା
୧୩-ଗୁଲପୁର
୧୪-କୋଟଲି
୧୫-ବରାଲି
୧୬-ଡୁଙ୍ଗି
୧୭-ବରନାଲା
୧୮-ମେହମୁନା ଜୋୟା
୧୯- ସରଜଲ
୨୦- ମୁରିଦକେ
୨୧-ବହାବଲପୁର